ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’

ମୁମ୍ବାଇ: ଆଜିର ସମୟରେ, ବଲିଉଡ୍‌ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍‌ ଏକ ସାଧାରଣ କଥା। ଇଣ୍ଟରନେଟ୍‌ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍‌ରେ ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ସବୁ ଜିନିଷ ଅତି ସାଧାରଣ ହୋଇଗଲାଣି। ଯଦି ଆମେ ୪୦-୫୦ ବର୍ଷ ପୂର୍ବକୁ ଫେରିଯିବା, ତେବେ ସେହି ଦିନଗୁଡ଼ିକରେ ଏହା ଏକ ବଡ଼ କଥା ଥିଲା। ଏହି ସମୟରେ ଝିଅମାନଙ୍କ ପାଇଁ ଫିଲ୍ମରେ କାମ କରିବା ଏକ ବଡ଼ କଥା ଥିଲା। ସେହି ସମୟରେ ପ୍ରସିଦ୍ଧ ଅଭିନେତ୍ରୀ ‘ବେଗମ ପାରା’ ଏକ ବୋଲ୍ଡ ଫଟୋଶୁଟ୍‌ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଆଜିର ଯୁବପିଢ଼ି ହୁଏତ ବେଗମ ପାରାଙ୍କ ନାମ ସହିତ ପରିଚିତ ନ ଥିବେ। ଯିଏ କି ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’ ଭାବରେ ଜଣାଶୁଣା। ଯଦିଓ ଅଭିନେତ୍ରୀ ଏହି ଦୁନିଆରୁ ବିଦାୟ ନେଇ ଯାଇଛନ୍ତି, ତଥାପି ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ରହିଯାଇଛି। ବେଗମ ପାରା ୨୫ ଡିସେମ୍ବର ୧୯୨୬ରେ ପଞ୍ଜାବର ଜେଲୁମରେ ଜନ୍ମଗ୍ରହଣ କରିଥିଲେ। ଯାହା ପରେ ବ୍ରିଟିଶ ଭାରତ ଏବଂ ବର୍ତ୍ତମାନର ପାକିସ୍ତାନରେ ଆସିଥାଏ।

‘ସୋହନୀ ମହୀଓ୍ବାଲ’, ‘ନୀଲ କମଲ’ ଏବଂ ‘ଲୈଲା ମଜୁନ’ ଭଳି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦକ୍ଷତା ପ୍ରଦର୍ଶନ କରି ବେଗମ ପାରା ଇଣ୍ଡଷ୍ଟ୍ରିରେ ଏକ ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଲୋକମାନେ ତାଙ୍କୁ ନେଇ ଏତେ ପାଗଳ ଥିଲେ ଯେ, ସକାଳେ ଆସି ତାଙ୍କ ଘର ସାମ୍ନାରେ ଠିଆ ହେଉଥିଲେ। ତାଙ୍କର ଟିକିଏ ଝଲକ ପାଇବା ପାଇଁ। ଏହା ପରେ ବେଗମ ଏକ ମାଗାଜିନ ପାଇଁ ବୋଲ୍ଡ ଫଟୋ ଶୁଟ୍‌ କରିଥିଲେ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ଫଟୋଶୁଟ୍‌ ପରେ ତାଙ୍କୁ ବଲିଉଡ୍‌ର ‘ଗ୍ଲାର୍ମର ଗର୍ଲ’ ନାଁରେ ଡକାଯାଉଥିଲା। ସେତେବେଳେ ଝିଅମାନେ ଶୀଘ୍ର ବିବାହ କରୁଥିଲେ। ବେଗମ ପାରା ମଧ୍ୟ ଅଳ୍ପ ବୟସରେ ବିବାହ କରିଥିଲେ। ସେ ବଲିଉଡ୍‌ର ଭେଟେରାନ ସ୍ବର୍ଗତ ଅଭିନେତା ଦିଲୀପ କୁମାରଙ୍କ ସାନଭାଇ ନାସିର ଖାନଙ୍କୁ ବିବାହ କରିଥିଲେ। ଯିଏ କି ସେ ସମୟରେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ବେଗମ ପାରାଙ୍କ ପିତା ମିୟାନ ଏହସାନ-ଉଲ-ହକ୍‌ ଜଳନ୍ଧରରୁ ଜଣେ ବିଚାରପତି ଥିଲେ। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି ହୋଇଥିଲେ।

୧୯୭୪ରେ ତାଙ୍କ ସ୍ବାମୀ ନାସିରଙ୍କ ଦେହାନ୍ତ ପରେ ବେଗମ ପାରା ୧୯୭୫ରେ ପରିବାର ସହିତ ରହିବାକୁ ପାକିସ୍ତାନ ଯାଇଥିଲେ, ଦୁଇ ବର୍ଷ ପରେ ଭାରତ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri