ବଲିଉଡ୍‌ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ଏସ୍‌ଟିଏ ଟୋକନ କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ବଲିଉଡ ଷ୍ଟାର୍‌ ଗୋବିନ୍ଦାଙ୍କୁ ସମନ କରି ଜେରା କରିବାକୁ ଇଓଡବ୍ଲ୍ୟୁ ଯୋଜନା କରିଛି। ଗୋଟିଏ ଟିମ୍‌ ମୁମ୍ବାଇ ଯାଇ ତାଙ୍କୁ ଜେରା କରିବ ବୋଲି ଇଓଡବ୍ଲ୍ୟୁ ଡିଏସ୍‌ପି ସସ୍ମିତା ସାହୁ ଗୁରୁବାର ସୂଚନା ଦେଇଛନ୍ତି। ଗତ ଜୁଲାଇ ୨୫ରୁ ୩୧ ତାରିଖ ମଧ୍ୟରେ ଗୋଆର ଏକ ଆଲିଶାନ୍‌ ହୋଟେଲ୍‌ରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମକୁ ଅଭିନେତା ଗୋବିନ୍ଦାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋବିନ୍ଦା ଏସ୍‌ଟିଏର ‘ବ୍ଲକ୍‌ ଚେନ୍‌’ ଲଞ୍ଚ୍‌ କରିଥିଲେ। ଏହା ଲଞ୍ଚ୍‌ ହେବା ପରେ ଏସ୍‌ଟିଏ ଟୋକନ୍‌ କଏନ୍‌ରେ ଲୋକେ ପ୍ରଭାବିତ ହୋଇଥାଇପାରନ୍ତି। ତେଣୁ ଏସ୍‌ଟିଏରେ ଗୋବିନ୍ଦାଙ୍କ ଭୂମିକା କ’ଣ ଏବଂ ସେ କାହିଁକି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତାହା ଜାଣିବାକୁ ତାଙ୍କୁ ଇଓଡବ୍ଲ୍ୟୁ ଖୁବଶୀଘ୍ର ଜେରା କରିପାରେ ବୋଲି ଡିଏସ୍‌ପି ସାହୁ କହିଛନ୍ତି।
ସୂଚନାନୁଯାୟୀ, ଅତି କମ୍‌ ସମୟ ମଧ୍ୟରେ ବହୁଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଦେଶବ୍ୟାପୀ ଏହି ଠକେଇ ର଼୍ୟାକେଟର ‘ଏସ୍‌ଟିଏ’ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସ ଓ ରତ୍ନାକର ଦଳାଇଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିବା ବେଳେ ଅନେକ ଅଭିଯୁକ୍ତ ଫେରାର ଅଛନ୍ତି । ତେଣୁ ଫେରାର ଥିବା ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ହଙ୍ଗେରୀ ନାଗରିକ ଡେଭିଡ୍‌ ଗେଜ୍‌ଙ୍କ ସମେତ ୪ ସହଯୋଗୀଙ୍କ ବିରୋଧରେ ଇଓଡବ୍ଲ୍ୟୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍‌ ଇମିଗ୍ରେସନ ଲୁକ୍‌ ଆଉଟ ସର୍କୁଲାର୍‌ ଜାରି କରିଛି। କ୍ରିପ୍ଟୋକରେନ୍ସି ଆଧାରିତ ପଞ୍ଜି ଯୋଜନା ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ସମେତ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥିଲା ବୋଲି ଜଣାପଡ଼ିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri