କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ ସୁପରଷ୍ଟାରଙ୍କ ଘର ଉପରେ ଆକ୍ରମଣ ପ୍ରଶଂସକଙ୍କ ଚିନ୍ତା ଦ୍ୱିଗୁଣିତ କରିଥିଲା। ଏମିତିରେ ସେ କାହା ଟାର୍ଗେଟରେ ତାହାକୁ ନେଇ ପୋଲିସ ସିସିଟିଭି ଆଧାରରେ ଖୋଳତାଡ଼ ଆରମ୍ଭ କରିଛି।

ବିଗତ କିଛି ବର୍ଷର ଘଟଣାବଳୀକୁ ଦେଖିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ରହି ଆସିଛନ୍ତି ସଲମାନ। ଲରେନ୍ସ ବିଶ୍ନୋଇ ଏବଂ ଭାରତ-କାନାଡ଼ାର ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଅନେକ ଥର ସଲମାନଙ୍କୁ ମାରିବାକୁ ଘୋଷଣା କରିଛନ୍ତି। ଅନେକ ଥର ଏଥିଲାଗି ନିଜର ଶୁଟର୍‌ ମଧ୍ୟ ସେମାନେ ପଠାଇଥିଲେ। ୨୦୧୮ରେ ଗ୍ୟାଙ୍ଗଷ୍ଟାର ସପନ୍ତ ନେହେରା ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟକୁ ରେକି କରିବାକୁ ଯାଇଥିlଲେ। ହେଲେ ସେ କିଛି କରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା।

ଏବେ ସଲମାନଙ୍କୁ ବିଶ୍ନୋଇ ଗ୍ୟାଙ୍ଗରୁ ବିପଦ ରହିଛି। ଏହାକୁ ନେଇ ମୁମ୍ବାଇ ପୋଲିସ,ଦିଲ୍ଲୀ ପୋଲିସ ସମେତ ପ୍ରାୟ ସମସ୍ତ ଯାଞ୍ଚ ଏଜେନ୍ସିଙ୍କୁ ଜଣାଅଛି। ଏହାକୁ ନେଇ ସଲମାନଙ୍କୁ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଉଛି। ସେ ଯେଉଁଆଡକୁ ଯାଇଥାନ୍ତି ସୁରକ୍ଷା ଟାଇଟ୍‌ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାରାହ ଖାନ୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ମା’ ମେନକା ଇରାନିଙ୍କ ନିଧନ

ବମ୍ବେ: ମା’ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରାହ ଖାନ୍‌। ଶୁକ୍ରବାର ତାଙ୍କର ମା’ ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି।...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ...

ବିବାହବେଳେ ଅଜବ ସର୍ତ୍ତ ରଖିଥିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ଅଭିନେତ୍ରୀ କାଜୋଲ ଅନ୍ୟତାମ। ବ୍ୟକ୍ତିଗତ ଜୀବନକୁ ନେଇ ଏହି ଷ୍ଟାର ଦମ୍ପତି ଅନେକବାର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ...

ସବୁ ରେକର୍ଡ ଭାଙ୍ଗିଦେଲେ ଦୀପିକା: ପ୍ରଥମ ଭାରତୟ ଅଭିନେତ୍ରୀ ଭାବେ…

ବଲିଉଡ୍‌ ଅଭିନେତ୍ରୀ ୧୭ ବର୍ଷର ଅଭିନୟ କ୍ୟାରିୟରରେ ବିଶେଷ ନାମ ଅର୍ଜନ କରିଛନ୍ତି। ଆଜିକାଲି ଦୀପିକା ଫିଲ୍ମ ‘କଲକି 2898 AD’ ମାଧ୍ୟମରେ ଅନେକ ପ୍ରଶଂସକଙ୍କ...

ମୋ ପରିବାରକୁ ମାରିବାକୁ ଚାହୁଁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍: ସଲମାନ ଖାନ୍

ମୁମ୍ବାଇ,୨୪ା୭: ବଲିଉଡ ଅଭିନେତା ସଲମାନ ଖାନ ପୋଲିସକୁ କହିଛନ୍ତି ଯେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri