ଆମୀର-କିରଣଙ୍କ ଜୀବନ ବଦଳାଇ ଦେଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ସ୍ତ୍ରୀ ତଥା ନିର୍ଦ୍ଦେଶିକା, ପ୍ରଯୋଜିକା କିରଣ ରାଓ ନଭେମ୍ବର ୭ରେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ତେଲେଙ୍ଗାନାର ଗଦଓ୍ବାଲ ଜିଲାରେ କିରଣ ଜନ୍ମଗ୍ରହଣ କରିଥିଲେ। କିରଣଙ୍କ ପୁରା ନାମ କିରଣ ରାଓ ଜାନୁମାପାଲୀ। କିନ୍ତୁ ଲୋକଙ୍କ ମଧ୍ୟରେ ସେ କିରଣ ନାମରେ ପରିଚିତ। ମହିଳା ସୋଫିଆ କଲେଜରୁ ସ୍ନାତମ ଶେଷ କରିବା ପରେ ପଦିଲ୍ଲୀର ଜାମିଆ ମିଲିୟା ଇସ୍‌ଲାମିୟାରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। କିରଣ ବଲିଉଡ୍‌ର ଜଣେ ସଫଳ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ଏସବୁ ମଧ୍ୟରେ ଆମୀରଙ୍କ ସହ ପ୍ରେମ କହାଣୀକୁ ନେଇ ସେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲେ।
କିରଣ ଏବଂ ଆମୀରଙ୍କ ପ୍ରେମ କାହାଣୀ ବହୁତ ଆକର୍ଷଣୀୟ ଥିଲା। କିରଣଙ୍କ ପୂର୍ବରୁ ଆମୀର ରିନା ଦତ୍ତାଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୦ ମସିହାରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ କିରଣ ଏବଂ ଆମୀରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲେ।
ଫିଲ୍ମ ଲଗାନର ଶୁଟିଂ ସମୟରେ ଆମୀର ପ୍ରଥମ ଥର ପାଇଁ କିରଙ୍କୁ ଭେଟିଥିଲେ। ସେତେବେଳେ କିରଣ ସହକାରୀ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ। ଉକ୍ତ ଉକ୍ତ ସମୟରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା। କିନ୍ତୁ ଆମୀରଙ୍କର ଛାଡପତ୍ର ପରେ ସେ କିରଣଙ୍କୁ ପୁଣିଥରେ ଭେଟିଥିଲେ। ଏକଦା କିରଣ ଆମୀରଙ୍କୁ ଫୋନ୍‌ କରିଥିଲେ। ଉଭୟ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ। ଫୋନ୍‌ ରଖିବା ପରେ ଆମୀର ଅନୁଭବ କରିଥିଲେ ଯେ, କିରଣଙ୍କ ସହ କଥା ହୋଇ ସେ ଖୁସି ଅନୁଭବ କରୁଛନ୍ତି। ଏହା ପରେ ଉଭୟ ଅନେକ ସମୟ ପର୍ଯ୍ୟନ୍ତ ଫୋନ୍‌ରେ କଥା ହେବା ଆରମ୍ଭ କଲେ। ପରେ ପରସ୍ପରକୁ ଡେଟ୍‌ କଲେ। ବିବାହ ପୂର୍ବରୁ ସେମାନେ ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକାଠି ରହିଲେ ଏବଂ ପରେ ବିବାହ କରିବାକୁ ସ୍ଥିର କରିଥିଲେ ବୋଲି ଏକ ସାକ୍ଷାତକାରରେ ଆମୀର କହିଥିଲେ।
୨୦୦୫ରେ ଆମୀର ଏବଂ କିରଣ ବିବାହ କରିଥିଲେ। ଉଭୟଙ୍କର ଆଜାଦ ନାମରେ ଜଣେ ପୁଅ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri