ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ ବ୍ରେକଅପ ପରେ ଏବେ ମଲାଇକାଙ୍କ ନାଁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ଯୋଡ଼ା ଯାଉଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଡାଇମଣ୍ଡ ମର୍ଚ୍ଚାଣ୍ଟ ହର୍ଷ ମେହେଟ୍ଟା।ଏବେ ମଲାଇକା ଏବଂ ହର୍ଷ ଇଟାଲୀର ରୋମ୍‌ରେ ଛୁଟି କଟାଉଥିବାର ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ରୋମର ପ୍ରସିଦ୍ଧ ‘ଟ୍ରେଭି ଫାଉଣ୍ଟେନ’ (Trevi Fountain) ସମ୍ମୁଖରେ ଦୁହେଁ ଏକାଠି ଫଟୋ ଉଠାଇଛନ୍ତି। ମଲାଇକା ଏକ ବ୍ଲାକ୍‌ ଟ୍ରେଞ୍ଚ କୋଟ୍‌ ପିନ୍ଧି ଖୁବ୍‌ ଗ୍ଲାମରସ୍‌ ଦେଖାଯାଉଥିବା ବେଳେ ହର୍ଷ ଗ୍ରେ ଜ୍ୟାକେଟରେ ବେଶ ସ୍ମାର୍ଟ ଲାଗୁଛନ୍ତି।

ହର୍ଷ ମେହେଟ୍ଟା କୌଣସି ଫିଲ୍ମ ଷ୍ଟାର୍‌ ନୁହନ୍ତି, ବରଂ ଜଣେ ସଫଳ ବ୍ୟବସାୟୀ। ସେ ଜଣେ ଜଣାଶୁଣା ଡାଇମଣ୍ଡ ମର୍ଚ୍ଚାଣ୍ଟ। ଖବର ଅନୁଯାୟୀ, ସେ ’ସୈଙ୍କସ ମ୍ୟାନେଜମେଣ୍ଟ’ (Sancus Management) ର ମ୍ୟାନେଜିଂ ଡାଇରେକ୍ଟର। କିଛି ସପ୍ତାହ ପୂର୍ବରୁ ଏକ ମ୍ୟୁଜିକ କନସର୍ଟରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା, ଯାହା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଅରବାଜ ଖାନଙ୍କ ସହ ଛାଡ଼ପତ୍ର ଏବଂ ଅର୍ଜୁନ କପୁରଙ୍କ ସହ ଦୀର୍ଘ ଦିନର ସମ୍ପର୍କ ପରେ ମଲାଇକା ଏବେ ହର୍ଷଙ୍କ ସହ ନଜର ଆସୁଛନ୍ତି। ଯଦିଓ ପ୍ରଶଂସକମାନେ ଦୁହିଁଙ୍କୁ ଏକାଠି ଦେଖି ଖୁସି ଅଛନ୍ତି, ତଥାପି ମଲାଇକା କିମ୍ବା ହର୍ଷ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଏହି ଫଟୋଗୁଡ଼ିକ କେବଳ ବନ୍ଧୁତା ନା ଏହାଠାରୁ ଅଧିକ କିଛି, ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ: ଏମିତି କହିଥିଲେ …

ଭୁବନେଶ୍ୱର,୨୧।୨: କିସ୍‌ ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବିକଲେ ଉକ୍ତ ଛାତ୍ରଙ୍କ ବାପା। ପୁଅର ମତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ସେ କହିଛନ୍ତି, ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri