ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍ ଏବଂ ରଣବୀର ସିଂହଙ୍କ ଏକ ଫଟୋ ଉପରେ ଅଶ୍ଳୀଳ ଟୁଇଟ୍ କରିଥିଲା। କମ୍ପାନୀର ଏହି ଭୁଲ ପାଇଁ ଟୁଇଟରରେ ଖୁବ୍ ଚର୍ଚ୍ଚା ହେଉଛି। ଲୋକମାନେ ଟୁଇଟରରୁ ଇରୋଜ ନାଓକୁ ବୟକଟ୍ କରିବାକୁ ଦାବି କରୁଛନ୍ତି। ତେବେ ଏଥିପାଇଁ କମ୍ପାନୀ ଭୁଲ ମାଗିବା ସହ ଉକ୍ତ ଫଟୋ କାଟି ଦେଇଛି। କିନ୍ତୁ କମ୍ପାନୀକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ।
https://twitter.com/ErosNow/status/1319138773049905152/photo/1


