ବଲିଉଡ୍‌ର ଏହି ୫ ଯୋଡି ନିଜ ସାଥୀଙ୍କୁ ଦେଇଛନ୍ତି ସବୁଠାରୁ ଦାମୀ ଉପହାର

ବଲିଉଡ୍‌ର ଅଧିକାଂଶ କଳାକାର ସେମାନଙ୍କ ଦୟାବାନ ପ୍ରବୃତି ପାଇଁ ବେଶ୍‌ ପରିଚିତ। ସେମାନେ ନିଜ ପ୍ରିୟ ଲୋକଙ୍କ ପ୍ରତି ଭଲପାଇବା ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରି ନ ଥାନ୍ତି। ତେବେ ଜାଣିବା ବଲିଉଡ୍‌ର ସେମିତି ୫ ଯୋଡିଙ୍କ ବିଷୟରେ ଯେଉଁମାନେ ନିଜ ପ୍ରେମିକା ବା ସ୍ତ୍ରୀଙ୍କୁ ସବୁଠାରୁ ଦାମି ଉପହାର ଦେଇଛନ୍ତି।


ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା:
ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି। ଯିଏକି ଜଣେ ସଫଳ ବ୍ୟବସାୟୀ। ବ୍ରିଟେନରେ ଜନ୍ମଗ୍ରହଣ କରିଥିବା ରାଜ ଶିଳ୍ପାଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ସେ ଶିଳ୍ପାଙ୍କ ଜନ୍ମ ଦିନ ହେଉ ଅବା କୌଣସି ଉତ୍ସବ ତାଙ୍କୁ ଉପହାର ଦେବାକୁ ଭୁଲନ୍ତି ନାହିଁ। ଶିଳ୍ପଙ୍କ ସହ ନିର୍ବନ୍ଧ ସମୟରେ ରାଜ ତାଙ୍କୁ ୨୦ କ୍ୟାରେଟର ହାର୍ଟ ଆକୃତିତ ଏକ ହିରା ମୁଦି ଦେଇଥିଲେ, ଯାହାର ମୂଲ୍ୟ ୩ କୋଟି ଟଙ୍କା। ଏଥିସହ ରାଜ ଶିଳ୍ପାଙ୍କୁ ଲଣ୍ଡନରେ ଏକ ବଙ୍ଗଳା ମଧ୍ୟ ଉପହାର ରୂପେ ଦେଇଥିଲେ। ଯାହାର ମୂଲ୍ୟ ସେହି ସମୟରେ ୫୧. ୫ କୋଟି ଟଙ୍କା ଥିଲା। ସୁପରନୋଭା ନୋଏଡ଼ାରେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ମଧ୍ୟ ସେ ଶିଳ୍ପାଙ୍କୁ ଉପହାର ରୂପେ ଦେଛନ୍ତି।


ବିଦ୍ୟା ବାଲନ-ଶିଦ୍ଧାର୍ଥ ରୟ କପୁର:

ୟୁଟ୍ୟୁବ୍‌ ମାଲିକ ସିଦ୍ଧାର୍ଥ ରୟ କପୁର ନିଜର ଅଭିନେତ୍ରୀ ସ୍ତ୍ରୀ ବିଦ୍ୟଙ୍କୁ ମୁମ୍ବାଇର ଜୁହୁଠାରେ ଏକ ଫ୍ଲାଟ୍‌ ଉପହାର ରୂପେ ଦେଇଥିଲେ। ଏହାର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା।

ଆମିର ଖାନ୍‌- କିରଣ ରାଓ:
ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାନ ସ୍ତ୍ରୀ କିରଣଙ୍କୁ ବହୁତ ଭଲ ପାଆନ୍ତି। ସେ ମଧ୍ୟ ସ୍ତ୍ରୀଙ୍କ ଦାମି ଉପହାର ଦେଇଛନ୍ତି। ଆମିର କିରଣଙ୍କୁ ଆମେରିକାରେ ଏକ ସୁନ୍ଦର ଘର ଉପହାର ରୂପେ ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୭୫ କୋଟି ଟଙ୍କା ହେବ।


ଅଜୟ ଦେବଗନ-କାଜଲ:
ଅଜୟଙ୍କ ପ୍ରଥମ ଝିଅ ନ୍ୟାସା ଜନ୍ମ ହେବା ପରେ ସେ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ପ୍ରାୟ ୩୫ ଲକ୍ଷ ଟଙ୍କାର ଏକ ଅଡି ସେଡାନ କାର ଉପହାର ରୂପେ ଦେଇଥିଲେ।

ଆଲିଆ ଭଟ୍ଟ-ସିଦ୍ଧାର୍ଥ ରୟ କପୁର:
ବଲିଉଡ୍‌ର କ୍ୟୁଟ୍‌ ଅଭିନେତ୍ରୀ ଭାବେ ପରିଚିତ ଆଲିଆ ଭଟ୍ଟ ନିଜର ସେଲ୍‌ଫି ନେବାକୁ ନେଇ ବେଶ୍‌ ପରିଚିତ। ଅନେକ ସମୟରେ ସେ ନିଜର ସେଲ୍‌ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥାନ୍ତି। ଆଲିଆଙ୍କ ଏହିପରି ସେଲ୍‌ଫି ପାଗଳାମୀକୁ ଦେଖି ତାଙ୍କର ସହ କଳାକାର ସିଦ୍ଧାର୍ଥ ତାଙ୍କୁ ଏକ କ୍ୟାମେରା ଉପହାର ରୂପେ ଦେଇଥିଲେ। ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri