ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍‌ ସେଲିବ୍ରିଟି

ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡିଓର ପ୍ରତିକ୍ରିୟାରେ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ, ସଲମାନ ପ୍ରଫୁଲ୍ଲଙ୍କ କୌଣସି ସମ୍ପର୍କୀୟ ନ ହୋଇ ବିବାହରେ କାହିଁକି ନାଚୁଛନ୍ତି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ବଲିଉଡ ତାରକା ବିବାହ ଏବଂ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଚୁର ଫି’ ନିଅନ୍ତି..

କ୍ୟାଟ୍ରିନା କୈଫ

ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ଉତ୍ସବରେ ଯୋଗଦେବା ପାଇଁ କ୍ୟାଟ୍ରିନା ୩.୫ କୋଟି ଟଙ୍କା ଆଦାୟ କରନ୍ତି। ବଲିଉଡରେ ବ୍ୟକ୍ତିଗତ ଇଭେଣ୍ଟରେ ଯୋଗଦେବା ପାଇଁ କ୍ୟାଟ୍ରିନା ସର୍ବାଧିକ ଫି’ଆଦାୟ କରନ୍ତି।

ଶାହାରୁଖ ଖାନ
ଶାହାରୁଖ ଖାନଙ୍କୁ ଅନେକ କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବରେ ଦିଅନ୍ତି। ସେ ଏକ କାର୍ଯ୍ୟକ୍ରମ ପାଇଁ ୩ କୋଟି ଟଙ୍କା ଆଦାୟ କରନ୍ତି।

ଅକ୍ଷୟ କୁମାର
ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ବ୍ୟକ୍ତି ହୋଇଥିଲେ ମଧ୍ୟ ଅକ୍ଷୟ କୁମାର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମୟ ବାହାର କରିଥାନ୍ତି। ବ୍ୟକ୍ତିଗତ ଇଭେଣ୍ଟ କିମ୍ବା ବିବାହ ପାଇଁ ସେ ପ୍ରାୟ ୨.୫ କୋଟି ଟଙ୍କା ଆଦାୟ କରନ୍ତି।

ପ୍ରିୟଙ୍କା ଚୋପ୍ରା
ପ୍ରିୟଙ୍କା ଚୋପ୍ରା ପ୍ରତ୍ୟେକ ଇଭେଣ୍ଟ ପାଇଁ ପ୍ରାୟ ୨.୫ କୋଟି ଟଙ୍କା ଆଦାୟ କରୁଛନ୍ତି। ନିକଟରେ ସେ ଉଦୟପୁରରେ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ହ୍ରିତିକ ରୋଶନ
ବଲିଉଡର ନୃତ୍ୟ ରାଜା କୁହାଯାଉଥିବା ଅଭିନେତା ହ୍ରିତିକ ରୋଶନ ଯେକୌଣସି ବ୍ୟକ୍ତିଗତ ଇଭେଣ୍ଟରେ ଯୋଗ ଦେବା ପାଇଁ ପ୍ରାୟ ୨.୫ କୋଟି ଟଙ୍କା ନିଅନ୍ତି।

ରଣବୀର କପୁର
ବ୍ୟକ୍ତିଗତ ଇଭେଣ୍ଟରୁ ରଣବୀର ପ୍ରାୟ ୨ କୋଟି ଟଙ୍କା ନିଅନ୍ତି।

ସଲମାନ ଖାନ
ସଲମାନ ଅନେକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସଲମାନ ୨ କୋଟି ଟଙ୍କା ନିଅନ୍ତି।

ରଣବୀର ସିଂ
ରଣବୀର ବ୍ୟକ୍ତିଗତ ଇଭେଣ୍ଟରେ ନୃତ୍ୟ କରିବା ପାଇଁ ପ୍ରାୟ ୧ କୋଟି ଟଙ୍କା ଚାର୍ଜ କରନ୍ତି।

ଦୀପିକା ପାଦୁକୋନ୍‌
ଫିଲ୍ମ ବ୍ୟତୀତ ଦୀପିକା ଅନେକ ଘରୋଇ କାର୍ଯ୍ୟକ୍ରମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଭିନେତ୍ରୀ ସେ ପାଖାପାଖି ୧ କୋଟି ଟଙ୍କା ଆଦାୟ କରନ୍ତି।

ଅନୁଷ୍କା ଶର୍ମା
ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁଷ୍କା ୮୦ ଲକ୍ଷ ଟଙ୍କା ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri