ସରିଥିଲା ନିର୍ବନ୍ଧ; ହେଲେ ବିବାହର ଠିକ୍‌ ପୂର୍ବରୁ ଭାଙ୍ଗି ଯାଇଥିଲା ଏହି କଳାକାରଙ୍କ ସମ୍ପର୍କ

ବମ୍ବେ: ନିର୍ବନ୍ଧ ପରେ ବିବାହ ମାତ୍ର ଗୋଟିଏ ପାଦର ରାସ୍ତା। ଏଣୁ କଳାକାରଙ୍କ ନିର୍ବନ୍ଧ ଖବର ଆସିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ସବୁ ନିର୍ବନ୍ଧ ପରେ ବିବାହ ପର୍ଯ୍ୟନ୍ତ ପହଞ୍ଚିପାରେନାହିଁ। ଅଧାରୁ ଭାଙ୍ଗିଯାଏ। ବଲିଉଡ୍‌ଜଗତରେ ଏଭଳି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିର୍ବନ୍ଧ ପରେ ଏବଂ ବିବାହର ଠିକ୍‌ ପୂର୍ବରୁ ସମ୍ପର୍କ ଛିନ୍ନ କରିଛନ୍ତି।

ସଲମାନ ଖାନ୍‌-ସଙ୍ଗୀତା ବିଜଲାନୀ:
ସଲମାନଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ଏବେ ତାଙ୍କୁ ୫୫ ବର୍ଷ ହେଲାଣି। ବିଗତ ଦିନରେ ଏକାଧିକ ଅଭିନେତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଶୁଣାଯାଇଛି। ଏପରିକି ଅଭିନେତ୍ରୀ ତଥା ମଡେଲ ସଙ୍ଗୀତାଙ୍କ ସହ ସେ ବିବାହ କରିବାକୁ ଚାହିଁଥିବା କୁହାଯାଏ। ଉଭୟଙ୍କ ବିବାହ କାର୍ଡ ମଧ୍ୟ ଛପା ସରିଥିଲା। ହେଲେ କଥିତ ଭାବେ ସଲମାନ ଧୋକା ଦେଉଥିବା ଜାଣିବା ପରେ ସଙ୍ଗୀତା ନିଜ ଆଡ଼ୁ ସମ୍ପର୍କ ଛିନ୍ନ କରିଥିଲେ।

କରିସ୍ମା କପୁର-ଅଭିଷେକ ବଚ୍ଚନ:
ଅଭିଷେକ ଏବେ ନୀଳନୟନା ଐଶ୍ୱର୍ଯ୍ୟାଙ୍କ ସ୍ବାମୀ। ହେଲେ ପୂର୍ବରୁ ଅଭିନେତାଙ୍କ ବିବାହ କରିସ୍ମାଙ୍କ ସହ ହେବାର ଥିଲା। ୨୦୦୨ରେ ଉଭୟଙ୍କ ନିର୍ବନ୍ଧ ସରିଥିଲା। ଅମିତାଭ ବଚ୍ଚନଙ୍କ ୬୦ତମ ଜନ୍ମଦିନରେ ଏହି ଯୋଡ଼ି ପରସ୍ପରକୁ ମୁଦି ପିନ୍ଧାଇଥିଲେ। ହେଲେ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ ସିଂହ ଗ୍ରୋଭର-ବରଖା ବିଷ୍ଟି:
କରନ ବିପାଶା ବସୁଙ୍କୁ ବିବାହ କରିଛନ୍ତି। ହେଲେ ଏହା ପୂର୍ବରୁ ଅଭିନେତା ଦୁଇଟି ବିବାହ କରିଥିଲେ। ସେମାନଙ୍କ ପୂର୍ବରୁ ୨୦୦୪ରେ କରନ ବରଖାଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ବିବାହ ପୂର୍ବରୁ ଏହା ଭାଙ୍ଗି ଯାଇଥିଲା।

ମହରୀନ ପୀରଜାଦା-ଭବ୍ୟା ବିଶୋଇ:
ରାଜନେତା ଭବ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିନେତ୍ରୀ ମହରିନ। ହେଲେ ଜୁଲାଇରେ ସେ ନିର୍ବନ୍ଧ ଭାଙ୍ଗିଛନ୍ତି। ଉଭୟ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସାଜିଦ ଖାନ-ଗୌହର ଖାନ:
ଫିଲ୍ମନିର୍ମାତା ସାଜିଦ ଏବଂ ଗୌହର ପ୍ରେମରେ ଥିଲେ। ଉଭୟ ନିର୍ବନ୍ଧ ମଧ୍ୟ କରିଥିଲେ। ହେଲେ ପରେ ଏହା ଭାଙ୍ଗି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri