ବଲିଉଡ୍‌ ପୂର୍ବରୁ ଏହି ଅଭିନେତ୍ରୀମାନେ ସାଉଥ୍‌ ପିଲ୍ମରୁ ଆରମ୍ଭ କରିଥିଲେ ନିଜର କ୍ୟାରିୟର

ମୁମ୍ବାଇ: ବଲିଉଡର ଏକ ନମ୍ବର ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଗଣାଯାଏ। ସେମାନେ ବଲିଉଡ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ ଅଭିନୟ କରିସାରିଚନ୍ତି। ସେହିପରି ୮୦ଦଶକର ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ଓ ଶ୍ରୀଦେବୀ ମଧ୍ୟ ହିନ୍ଦୀ ସିନେମାରେ ରାଜ କରିସାରିଛନ୍ତି। ଶ୍ରୀଦେବୀ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ଆଜି ବି ତାଙ୍କୁ ବଲିଉଡ୍‌ର ‘ଫାଷ୍ଟ ଫିମେଲ ସୁପରଷ୍ଟାର’ କୁହାଯାଏ। ତେବେ ଜାଣିଛନ୍ତି କି, ଏହି ଅଭିନେତ୍ରୀମାନେ ସେମାନଙ୍କର ଅଭିନୟ କ୍ୟାରିୟର ବଲିଉଡ୍‌ରୁ ନୁହେଁ ବରଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରିଛନ୍ତି। ଆଜ୍ଞା ହଁ, କେହି କନ୍ନଡରୁ ତ ଆଉ କେହି ତାମିଲରୁ। କିନ୍ତୁ ଏହି ଅଭିନେତ୍ରୀମାନେ ସାଉଥ୍‌ ଫିଲ୍ମରୁ ଡେବ୍ୟୁ କରିଛନ୍ତି।

 

ପ୍ରିୟଙ୍କା ଚୋପ୍ରା: ମିସ୍‌ ୱାଲ୍‌ଡ ଆଖ୍ୟା ଅର୍ଜନ କରିବା ପରେ ପ୍ରିୟଙ୍କା ଚୋପ୍ରା ଅବ୍ବାସ ମସ୍ତାନଙ୍କ ରୋମାଣ୍ଟିକ ଥ୍ରୀଲର ଫିଲ୍ମ ହାମରାଜ ପାଇଁ ଚୟନ ହୋଇଥିଲେ। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥାନ୍ତେ। କିନ୍ତୁ ପ୍ରଡକ୍ସନ ସହ ସିଡ୍ୟୁଲକୁ ନେଇ ତାଙ୍କର ଖାପ୍‌ ଖାଇ ନ ଥିବାରୁ ପ୍ରିୟଙ୍କା ଏହି ଫିଲ୍ମ କରି ନ ଥିଲେ। ଏହାପରେ ସେ ତାମିଲ ଫିଲ୍ମ ‘ଥମିଜାନ’ ଜରିଆରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୨୦୦୨ରେ ରିଲିଜ ହୋଇଥିଲା। ଏଥିରେ ଅଭିନେତା ବିଜୟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଦୀପିକା ପାଦୁକୋଣ: ବାଜିରାଓ ମସ୍ତାନୀ, ଚେନ୍ନାଇ ଏକ୍ସପ୍ରେସ, ପଦ୍ମାବତ ଓ ପିକୁ ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ୍‌ ଡିଭା ଦୀପିକା ପାଦୁକୋନ ମଧ୍ୟ କନ୍ନଡ ଫିଲ୍ମରୁ ଡେବ୍ୟୁ କରିଥିଲେ। ୨୦୦୬ରେ ସାଉଥ ଫିଲ୍ମ ‘ଐଶ୍ୱର୍ଯ୍ୟା’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଶାହରୁଖ ଖାଁଙ୍କ ସହ ‘ଓମ ଶାନ୍ତି ଓମ’ରୁ ବଲିଉଡ୍‌ରେ ପାଦ ରଖିଥିଲେ। ଯାହା ୨୦୦୭ରେ ରିଲିଜ ହୋଇଥିଲା।


ଐଶର୍ଯ୍ୟା ରାୟ ବଚ୍ଚନ: ମିସ୍‌ ୱାଲ୍‌ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ରେ ଏକାଧିକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ୧୯୯୭ରେ ରିଲିଜ ହୋଇଥିବା ମଣିରତ୍ନମଙ୍କ ତାମିଲ ଫିଲ୍ମ ‘ଇରୁଭର’ରୁ ସେ ଡେବ୍ୟୁ କରିଥିଲେ। ତେବେ ୧୯୯୭ରେ ରିଲିଜ ହୋଇଥିବା ‘ଅର ପ୍ୟାର ହୋ ଗୟା’ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ।


ହେମା ମାଳିାନୀ: ବଲିଉଡ୍‌ ଡ୍ରିମ୍‌ ଗାର୍ଲ ନାଁରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ହେମା ମାଳିନୀ ତାମିଲ ଫିଲ୍ମ ‘ଇଥୁ ସାଥିୟମ୍‌’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଯାହା ୧୯୬୨ରେ ରିଲିଜ୍‌ ହୋଇଥିଲା। ଏହାପରେ ସେ ବଲିଉଡ୍‌ ଫିଲ୍ମ ‘ସପ୍ନୋ କେ ସୌଦାଗର’ରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ହିନ୍ଦୀ ଫିଲ୍ମରେ ସେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିସାରିଛନ୍ତି।


ଶ୍ରୀଦେବୀ: ସେହିପରି ୮୦ଦଶକର ନାଁକରା ଅଭିନେତ୍ରୀ ଶ୍ରୀଦେବୀ ସେହି ସମୟରେ ବଲିଉଡ୍‌ ଫିଲ୍ମର ନମ୍ବର ଓ୍ବାନ ଅଭିନେତ୍ରୀ ଥିଲେ। ହିନ୍ଦୀ ସହ ସେ ସାଉଥ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ପଦ୍ମଶ୍ରୀ ସମ୍ମାନୀତ ଶ୍ରୀଦେବୀ ୧୯୬୭ରେ ତାମିଲ ଫିଲ୍ମ କନ୍ଧନ କରୁନେଇରେ ଶିଶୁ କଳାକାର ଭାବେ ଡେବ୍ୟୁ କରିଥିଲେ। ହିନ୍ଦୀ, ତାମିଲ ବ୍ୟତୀତ ସେ ତେଲୁଗୁ, ମାଲାୟାଲମ ଓ କନ୍ନଡ ଭାଷାରେ ଫିଲ୍ମରେ କାମ କରିସାରିଛନ୍ତି। ୨୦୧୮ରେ ଦୁବାଇରେ ଅଚାନକ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri