ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍‌

ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା:
ଦିୟା ମିର୍ଜା: ୨୦୧୪ ଅକ୍ଟୋବର ୧୮ରେ ଦିଲ୍ଲୀରେ ନିଜ ପ୍ରେମିକ ସାହିଲ ସାଂଘାଙ୍କୁ ବିବାହ କରିଥିଲେ ଏହି ଅଭିନେତ୍ରୀ। ହେଲେ ବିବାହର ପାଞ୍ଚ ବର୍ଷ ପରେ ଅଗଷ୍ଟ ୨୦୧୯ରେ ଉଭୟ ଅଲଗା ହୋଇଥିଲେ। ଦୀର୍ଘ ୧୧ ବର୍ଷର ସମ୍ପର୍କକୁ ସେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ନିକଟରେ ସେ ମୁମ୍ବାଇର ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।

ମଲାଇକା ଅରୋରା:
୧୯୯୮ରେ ଅଭିନେତା ଅର୍‌ବାଜ ଖାନ୍‌ଙ୍କ ହାତ ଧରିଥିଲେ ମଲାଇକା। ୨୦୦୨ରେ ତାଙ୍କର ପୁଅ ଅରହାନ୍‌ ଜନ୍ମ ନେଇଥିଲା। ହେଲେ ୨୦୧୬ ମାର୍ଚ୍ଚ ୨୮ରେ ସେ ସ୍ବାମୀଙ୍କଠାରୁ ଅଲଗା ରହୁଥିବା କହିଥିଲେ। ପରେ ୨୦୧୭ ମେ ୧୧ରେ ଉଭୟ ଛାଡ଼ପତ୍ର ନେଇଥିଲେ। ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଛନ୍ତି ମଲାଇକା। ୨୦୧୯ରେ ସେମାନେ ସମ୍ପର୍କକୁ ଅଫିସିଆଲ୍‌ କରିଛନ୍ତି।

ଫରହାନ୍‌ ଅଖ୍‌ତର:
ତିନି ବର୍ଷ ଧରି ଡେଟ୍‌ କରିବା ପରେ ଅଧୁନା ଭବାନୀଙ୍କୁ ୨୦୦୦ରେ ବିବାହ କରିଥିଲେ ଫରହାନ୍‌। ଉଭୟଙ୍କ ଦୁଇ ଝିଅ ଶାକ୍ୟା ଓ ଅକିରା ଅଛନ୍ତି। ବିବାହର ୧୬ ବର୍ଷ ପରେ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ। ଏବେ ଫରହାନ୍‌ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ। ୨୦୧୮ରୁ ଉଭୟ ଏକାଠି ଅଛନ୍ତି।

ସୈଫ ଅଲ୍ଲି ଖାନ:
୧୯୯୧ ଅକ୍ଟୋବରରେ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ଏହି ଅଭିନେତା। ବିବାହ ପରେ ତାଙ୍କର ଝିଅ ସାରା ଏବଂ ପୁଅ ଇବ୍ରାହିମ୍‌ ଜନ୍ମ ହୋଇଥିଲେ। ହେଲେ ବିବାହର ୧୩ ବର୍ଷ ପରେ ୨୦୦୪ରେ ଉଭୟ ଅଲଗା ହୋଇଯାଇଥିଲେ। ଅମୃତାଙ୍କୁ ଛାଡ଼ପତ୍ର ଦେବା ପରେ ଅଭିନେତ୍ରୀ କରିନା କପୁରଙ୍କୁ ମନ ଦେଇଥିଲେ ସୈଫ। ୫ ବର୍ଷ ଧରି ଡେଟ୍‌ କରିବା ପରେ ସେମାନେ ୨୦୧୨ରେ ବିବାହ କରିଥିଲେ।

ଆମିର ଖାନ୍‌:
୧୯୮୬ ଏପ୍ରିଲ ୧୮ରେ ଆମିର ରିନା ଦତ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପୁଅ ଜୁନୈଦ, ଝିଅ ଇରା ଅଛନ୍ତି। ହେଲେ ୨୦୦୨ରେ ସେମାନେ ଅଲଗା ହୋଇଯାଇଥିଲେ। ରୀନାଙ୍କଠାରୁ ଅଲଗା ହେବା ପରେ ୨୦୦୫ ଡିସେମ୍ବର ୨୮ରେ ସେ କିରଣ ରାଓଙ୍କୁ ବିବାହ କରିଛନ୍ତି।

ସେହିଭଳି ଅରବାଜ ଖାନ୍‌-ଜର୍ଜିଆ, କଲ୍‌କି କୋଚଲିନ୍‌-ଗାୟ ହର୍ଷବର୍ଗ, ଅର୍ଜୁନ ରାମପାଲ-ଗାବ୍ରିଏଲା,କରନ୍‌ ସିଂହ ଗ୍ରୋଭର-ବିପାଶା ବସୁ, ପୁଲକିତ ସମ୍ରାଟ-କୃତି ଖରବନ୍ଦା ପ୍ରମୁଖ ପୂର୍ବ ସମ୍ପର୍କକୁ ଭୁଲି ନୂଆ ସମ୍ପର୍କ ଗଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri