୫୦ କୋଟିର ଘର, ୩.୨୯ କୋଟିର କାର, ୬୮ ଲକ୍ଷର ଜୋତା ଏବଂ ୩୦୭ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଅଭିନେତା

ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ ରଣବୀର ସିଂ। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହେବାର ମାତ୍ର ୪ ଦିନରେ ୯୬.୩୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ସମଗ୍ର ବିଶ୍ୱରେ ଏହି ଫିଲ୍ମ ୪ଶହ କୋଟିର ବ୍ୟବସାୟ କରିଥିଲା। ମାତ୍ର ୮ ବର୍ଷର ଅଭିନୟ କ୍ୟାରିୟର ମଧ୍ୟରେ ରଣବୀର ୧୪ଟି ଫିଲ୍ମରେ କାମ କରିଛନ୍ତି। ତେବେ ସମସ୍ତ ୧୪ଟି ଯାକ ଫିଲ୍ମ ସୁପରହିଟ୍‌ ରହିଛି।
ଅଭିନୟ ସାଙ୍ଗକୁ ରଣବୀର ନିଜର ଡ୍ରେସିଂ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ତାଙ୍କର ସମୁଦାୟ ସମ୍ପତ୍ତି ହେଉଛି ୩୦୭ କୋଟି। ଗୋଟିଏ ଫିଲ୍ମ ପାଇଁ ରଣବୀର ୧୫ରୁ ୧୬ କୋଟି ଟଙ୍କା ଚାର୍ଜ କରିଥାନ୍ତି। ଏଥିସହ ସେ ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ରାଶି ନେଇଥାନ୍ତି।
ରଣବୀର ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଇଟାଲୀରେ ବିବାହ କରିଥିଲେ। ବିବାହ ପରେ ସେମାନେ ମୁମ୍ବାଇରେ ୫୦ କୋଟି ଟଙ୍କାରେ ଏକ ଘର କିଣିଥିଲେ। ରଣବୀରଙ୍କର ଗୋଆରେ ମଧ୍ୟ ୯ କୋଟି ଟଙ୍କାର ଏକ ବଙ୍ଗଳା ରହିଛି।
ପୋଷାକ ସାଙ୍ଗକୁ କାର ସୌକିନ ମଧ୍ୟ ଏହି ଅଭିନେତା। ତାଙ୍କ ପାଖରେ ୩.୨୯ କୋଟିର ଆଷ୍ଟନ ମାର୍ଟିନ ର଼୍ୟାପିଡ୍‌ କାର ଅଛି। ଏଥିସହ ଆହୁରି ଅନେକ ଦାମି କାର ମଧ୍ୟ ରହିଛି।
ଜୋତା ପ୍ରେମୀ ମଧ୍ୟ ଅଟନ୍ତି ରଣବୀର। ତାଙ୍କ ପାଖରେ ୬୮ ଲକ୍ଷ ଟଙ୍କାର ଏକ ହଜାର ଜୋତା ରହିଛି। ଫିଲ୍ମ ‘ସିମ୍ବା’ର ସଫଳତା ପରେ ରୋହିତ ଶେଟ୍ଟୀ ତାଙ୍କୁ ୫ ଲକ୍ଷ ଟଙ୍କାର ଏକ ଘଣ୍ଟା ଉପହାର ରୂପେ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri