ବାହାଘର ଭୋଜିରୁ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ହାଇଓ୍ବା ଧକ୍କା, ଚାଲିଗଲା ୫ ଜୀବନ

ଧର୍ମଶାଳା,୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଗୁରୁତର ରହିଛନ୍ତି।

ବଡ଼ଚଣା ଥାନା ଜେମାଦେଇ ଅଞ୍ଚଳର ଲୋକେ ଏକ ବୋଲେରୋରେ କେନ୍ଦୁଝର ଅଞ୍ଚଳରୁ ବାହାଘରରୁ ଫେରୁଥିବା ବେଳେ ବରଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Share