ହୋମଗାର୍ଡ଼ଙ୍କ ସହ ମିଶି ଲୁଟ କରିଥିଲେ ବୋଲେରୋ

ସୋହେଲା,୧୨।୬୫: ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଅଞ୍ଚଳରୁ ଗତ ୮ ତାରିଖ ଏକ ବୋଲେରୋ ଗାଡ଼ି ଲୁଟ୍‌ ହୋଇଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ସମ୍ବଲପୁରର ଜଣେ ପୋଲିସ ହୋମଗାର୍ଡ଼ ତରୁଣ ସୁରଜାଲ, ରବି ଯାଦବ ଏବଂ ମୋହିତ ଅଗ୍ରୱାଲ। ପୋଲିସ ସେମାନଙ୍କ ପାଖରୁ ଲୁଟ୍‌ ବୋଲେରୋ ଗାଡ଼ି ଉଦ୍ଧାର କରିଛି।

ସୂଚନା ଯୋଗ୍ୟ, ଗତ ୮ ତାରିଖରେ ବିଜେପୁର ଥାନା ଏମ୍‌.ଗଣ୍ଡପାଲି ଗ୍ରାମର ଦୀପକ ପାଣିଗ୍ରାହୀଙ୍କ ବୋଲେରୋ(ନଂ-ଓଡ଼ି୧୭ପି-୬୫୪୧) ଧରି ଡ୍ରାଇଭର ଘନଶ୍ୟାମ ବନଛୋର ଆସୁଥିଲେ। ହେଲେ ଲୁହୁରାଚଟି ନିକଟରେ ୨ଜଣ ଯୁବକ ଗାଡିକୁ ଅଟକାଇ ଥିଲେ। ପରେ ସେମାନେ ଡ୍ରାଇଭରଙ୍କୁ ଧମକଚମକ୍‌ ଦେଇ ବୋଲେରୋ ଗାଡ଼ିକୁ ନେଇ ଫେରାର ହୋଇଯାଇଥିଲେ। ଏ ନେଇ ସୋହେଲା ଥାନାରେ ଏକ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା(ନଂ.୯୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।