ବଲାଙ୍ଗୀର, ୧୭।୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ବୁଧବାର ଏକ୍ ପେଡ୍ ମା’କେ ନାମ୍ ରେ ବୃକ୍ଷ ରୋପଣ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। କଲେଜ ପରିସରରେ ଅଧ୍ୟାପିକା , ଅଧ୍ୟାପକ ଓ ଡାକ୍ତରୀ ଛାତ୍ରୀଛାତ୍ର ମାନେ ବୃକ୍ଷରୋପଣ କରିଥିଲେ। ନିଜ ମାଁ ଙ୍କ ନା’ରେ ଗଛ ଲଗାଇ ଭବିଷ୍ୟତ ପିଢ଼ି ପାଇଁ ପରିବେଶ କୁ ଯତ୍ନ ନେବା ଜରୁରୀ ବୋଲି କହିଥିଲେ।


