ମହାନଦୀର ପାଣ୍ଡବ ଘାଟରେ ବୋଇତ ବନ୍ଦାଣ

କଟକ ସଦର, ୨୪।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଦୀର ପାଣ୍ଡବ ଘାଟରେ ମଙ୍ଗଳବାର ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ସାଧବ ପୁଅ ସମରେନ୍ଦ୍ର ମହାପାତ୍ର ପାରମ୍ପରିକ ରୀତିନୀତିରେ ବୋଇତରେ ଆରୋହଣ କରିଥିଲେ। ଏହି ଅବସରରେ ସିନେ ଅଭିନେତ୍ରୀ ରିୟା, ଝିଲି, ସବିତା ଓ ଶିବାଂଶ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଅଭିମନ୍ୟୁ ସାହୁ, ବିଜୟ କୁମାର ନାୟକ ଓ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୋଇତ ବନ୍ଦାଣ ଉତ୍ସବକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ। ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ୟୁନିୟନର ସଭାପତି ପ୍ରଫେସର ମନୋଜ କୁମାର ନାୟକ ଧନ୍ୟବାଦ ଜଣାଇଥିଲେ।

 

Dharitri – Odisha’s No.1 Odia Daily

Share