Posted inଫୁରସତ

ଆମାଜନ ରହସ୍ୟ ‘ଥର୍ମାଲ ରିଭର’

ଲିମା: ପୃଥିବୀର ଏକ ଅବୁଝା ରହସ୍ୟ ଆମାଜନ ଜଙ୍ଗଲ। ହଜାର ହଜାର ଏକର ଜମିରେ ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲର ଅନେକ ଅଂଶ ଆଜି ବି ଅପହଞ୍ଚ ହୋଇ ରହିଛି। ୯ ଦେଶର ସୀମା ସହିତ ଜଡ଼ିତ ବିଶାଳ ଆମାଜନ ନଦୀ ଅବବାହିକାରେ ହଜାର ହଜାର ପ୍ରଜାତିର ବନ୍ୟଜୀବ, ଗଛଲତାରେ ପରିପୂର୍ଣ୍ଣ। ଏଥିରୁ ଏହାର ବିଶାଳତା ସହଜରେ ଅନୁମେୟ।
ଆମାଜନ ଜଙ୍ଗଲର ଏକ ଅଂଶ ପେରୁ ସୀମାନ୍ତ ସହିତ ଲାଗିରହିଛି। ଏଠାରେ ପ୍ରବାହିତ ଏକ ନଦୀ ୨୪ ଘଣ୍ଟା ଟକମକ ହୋଇ ଫୁଟୁଥିବା ଦେଖାଯାଏ। ଏହାକୁ ପୃଥିବୀର ସବୁଠାରୁ ବଡ଼ ବଏଲିଂ ରିଭର ବା ଥର୍ମାଲ ନଦୀର ମାନ୍ୟତା ମିଳିଛି। ତେବେ ନଦୀର ଏପରି ଅସ୍ବାଭାବିକ ପ୍ରକୃତିର କାରଣ କ’ଣ ହୋଇପାରେ ଏବଂ କାହିଁକି ନଦୀର ପାଣି ଏପରି ଫୁଟୁଛି ତାହା ଏବେ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଭୂବୈଜ୍ଞାନିକ ଆଣ୍ଡ୍ରେ ରୁଜୋ ୨୦୧୧ରେ ଏହି ରହସ୍ୟମୟ ନଦୀକୁ ପ୍ରଥମେ ଠାବ କରିଥିଲେ। ଏହି ଥର୍ମାଲ ନଦୀକୁ ସ୍ଥାନୀୟ ଭାଷାରେ ‘ମାୟାନତୁୟାକୁ’ କୁହାଯାଏ। ପିଲାଦିନରୁ ନିଜ ଜେଜେବାପାଙ୍କ ଠାରୁ ଆଣ୍ଡ୍ରେ ଏଭଳି ଥର୍ମାଲ ନଦୀ ବିଷୟରେ ବହୁ କାହାଣୀ ଶୁଣିଥିଲେ। ବୈଜ୍ଞାନିକ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ଆଣ୍ଡ୍ରେଙ୍କ ବିଶ୍ୱାସ ଥିଲା, ଲୋକକଥାରେ ରହିଥିବା ଏହି ନଦୀର ଅସ୍ତିତ୍ୱ ବାସ୍ତବରେ ନିଶ୍ଚିତ ଭାବେ ଥିବ। ଜେଜେବାପାଙ୍କ ଏହି କାହାଣୀ ତାଙ୍କୁ ‘ମାୟାନତୁୟାକୁ’ର ଆବିଷ୍କାର ଲାଗି ପ୍ରେରିତ କରିଥିଲା। ତେବେ ଏଥିଲାଗି ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଭୂ-ବୈଜ୍ଞାନିକ ହେବା ପରେ ଆଣ୍ଡ୍ରେ ଏ ବିଷୟରେ ତନ୍ନତନ୍ନ କରି ପରୀକ୍ଷାନିରୀକ୍ଷା କରିବାରେ ଲାଗିପଡ଼ିଲେ। ଏଥିଲାଗି ସେ ଖଣିଖାଦାନରେ ପରୀକ୍ଷାନୀରିକ୍ଷା କରିଥିଲେ। ସରକାର, ଗ୍ୟାସ୍‌ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରି ବହୁ ତଥ୍ୟ ସଂଗ୍ରହ କରିଥିଲେ। ହେଲେ କାହାରି ମତ ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସବୁଆଡୁ ନାସ୍ତିବାଣୀ ଶୁଣିବା ପରେ ସେ ନିଜେ ଏହାକୁ ଖୋଜିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ତେବେ ଏଥିପୂର୍ବରୁ ବୈଜ୍ଞାନିକମାନେ ତାଙ୍କୁ ସତର୍କ କରାଇଥିଲେ। ଜୀବନ୍ତ ଆଗ୍ନେୟଗିରିଠାରୁ ଦୂରରେ ଥିବାରୁ ସମ୍ଭବତଃ ଆମାଜନ ଜଙ୍ଗଲରେ ଏଭଳି ‘ଥର୍ମାଲ ନଦୀ’ ମିଳିବା ଅସମ୍ଭବ ବୋଲି ସେମାନେ ମତଦେଇଥିଲେ। ତଥାପି ନିଜର ଅନୁସନ୍ଧିତ୍ସୁ ମନୋଭାବ ନେଇ ଆଣ୍ଡ୍ରେ ଏପରି ନଦୀ ଖୋଜିବାକୁ ବାହାରିଥିଲେ। ସେତେବେଳେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପି.ଏଚ୍‌.ଡି. କରୁଥିଲେ।

ଶେଷରେ ଆଣ୍ଡ୍ରେଙ୍କୁ ସଫଳତା ମିଳିଥିଲା। ପେରୁ ସୀମାନ୍ତରେ ତାଙ୍କର ଦୃଷ୍ଟିଗୋଚର ହୋଇଥିଲା ଫୁଟନ୍ତା ନଦୀ। ଏହି ନଦୀ ହାରାହାରି ୪ ମାଇଲ ଦୀର୍ଘ ଥିଲା। ଏହାର କୂଳରେ ବସବାସ କରୁଥିବା ‘ଆଶାନିଙ୍କା’ ଜନଜାତି ଲାଗି ଏହା ଥିଲା ‘ପବିତ୍ର ନଦୀ’। ଏକ ସାକ୍ଷାତକାରରେ ଆଣ୍ଡ୍ରେ କହିଛନ୍ତି, ଏହି ନଦୀର ଜଳ ଅତ୍ୟନ୍ତ ଗରମ। ହାରାହାରି ତାପମାତ୍ରା ୮୦ ଡିଗ୍ରୀ। ଏଥିରେ ଆଙ୍ଗୁଠି ବୁଡ଼ାଇଲେ କେଇ ସେକେଣ୍ଡ ମଧ୍ୟରେ ସିଝିଯିବ। ଉତ୍ତପ୍ତ ନଦୀଜଳରେ ବୁଡ଼ି ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଥିବା ସେ ନିଜ ଆଖିରେ ଦେଖିଛନ୍ତି। ‘ମାୟାନତୁୟାକୁ’ର ଆବିଷ୍କାର ସମ୍ପର୍କିତ ଅନୁଭୂତିକୁ ସେ ‘ଦି ବଏଲିଂ ରିଭର: ଆଡଭେଞ୍ଚର ଆଣ୍ଡ ଡିସ୍‌କଭରି ଇନ୍‌ ଦି ଆମାଜନ’ ନାମକ ପୁସ୍ତକରେ ସ୍ଥାନିତ କରିଛନ୍ତି। ଏହି ନଦୀର ପୂର୍ବତନ ନାମ ‘ଶାନାୟ-ଟିମ୍ପିଶକା’। ଏହାର ଅର୍ଥ ସୂର୍ଯ୍ୟ କିରଣରେ ଫୁଟୁଥିବା ପାଣି। ଏହି ନଦୀର ଇତିହାସ ଜାଣିବା ଲାଗି ଏକ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଅଧିକ ତଥ୍ୟ ହାସଲ କରିବାକୁ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ଜନଜାତିକୁ ଏଥିରେ ଯୋଡ଼ାଯାଇଛି। ପର୍ଯ୍ୟଟକଙ୍କୁ ନଦୀରେ କୌଣସି ସାମଗ୍ରୀ ଫିଙ୍ଗିବା କିମ୍ବା କ୍ଷତି ପହଞ୍ଚାଇବାକୁ ବାରଣ କରାଯାଉଛି ବୋଲି ଆଣ୍ଡ୍ରେ ସୂଚନା ଦେଇଛନ୍ତି।

ଜୀବନ୍ତ ଆଗ୍ନେୟଗିରି ନିକଟବର୍ତ୍ତୀ ନଦୀର ପାଣି ଉତ୍ତପ୍ତ ହେବା ସ୍ବାଭାବିକ କଥା। କିନ୍ତୁ ‘ମାୟାନତୁୟାକୁ’ଠାରୁ ନିକଟତମ ଆଗ୍ନେୟଗିରିର ଦୂରତା ପାଖାପାଖି ୭୦୦ କି.ମି.। ତଥାପି ଏହାର ପାଣି ଉତ୍ତପ୍ତ ହେବା ଭୂତତ୍ତ୍ୱବିତ୍‌ଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଭୂପୃଷ୍ଠ ଅଭ୍ୟନ୍ତରରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହା ହେଉଥିବା ଅନୁମାନ କରାଯାଉଛି। ତେବେ ଏଯାଏ ଏହା ସ୍ପଷ୍ଟ ପ୍ରମାଣିତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri