ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ ୨୦୧୭ ଏପ୍ରିଲ ୧୯ରେ ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ ବେହେରାଙ୍କ ଝିଅ ରୁନୁ ରେଢାଖୋଲ ଥାନା ଗୋବିନ୍ଦପୁର ଗ୍ରାମର ଶିବ ବେହେରାଙ୍କ ପୁଅ ବସନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ଶାଶୁଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ଦାବି କରିବା ସହ ପିଲାଛୁଆ ହେଉ ନ ଥିବାରୁ ଶାଶୁ ଭୂମି ବେହେରା, ନଣନ୍ଦ ନମିତା ବେହେରା ଓ ସ୍ବାମୀ ବସନ୍ତ ମିଳିତ ଭାବେ ରୁନୁଙ୍କୁ ୨୯ ଡିସେମ୍ବର ୨୦୨୦ରେ ଘରେ ରୋଷେଇ କରୁଥିବା ବେଳେ ପେଟ୍ରୋଲ ଢାଳି ପୋଡି ଦେଇଥିଲେ। ଚିତ୍କାର ଶୁଣି ପଡିଶା ଘର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ଫେବୃୟାରୀ ୨ ପର୍ଯ୍ୟନ୍ତ ଚିକିତ୍ସିତ ହୋଇ ସେ ବାପଘରକୁ ଫେରିଥିଲେ। ତେବେ ଫେବୃୟାରୀ ୬ରେ ପୁଣି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପା କୃଷ୍ଣ ବେହେରା ଗତ ୧୦ ତାରିଖରେ ରେଢାଖୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୪୯୮(କ),୨୯୪, ୩୦୨, ୩୦୪(କ)/୩୪ ଆଇପିସିରେ ମାମଲା (ନଂ.୨୬/୨୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ଉପଯୋଗ ହେଉନି

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

ସାଇକେଲରେ ଡ୍ୟୁଟି କଲେ ବନ କର୍ମଚାରୀ, ପରିବେଶ ସୁରକ୍ଷା ସହ…

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍‌ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ…

ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଦିଲ୍ଲୀରେ ଥିବା ମମତାଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୮।୬: ବଙ୍ଗଳାରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ମମତା ବାନାର୍ଜୀ ଏବେ ଦିଲ୍ଲୀରେ ଏକ ବଡ଼ ଝଟକା ପାଇଛନ୍ତି। ଟିଏମସି ରାଜ୍ୟ ସଭା ଏମପି ସୁଖେନ୍ଦୁ ଶେଖର…

ବିଜେଡିରେ ବଡ଼ ହଲଚଲ! ବୈଠକ ଡାକିଲେ ଉପସଭାପତି, କହିଲେ….

ଭୁବନେଶ୍ବର,୮।୬: ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି ।…

ମମତାଙ୍କୁ ପୁଣି ଲାଗିବ ଶକ୍ତ ଧକ୍କା! ପଶ୍ଚିମବଙ୍ଗ ପରେ ଏବେ…

କୋଲକାତା,୮।୬: ପଶ୍ଚିମବଙ୍ଗ ପରେ, ତୃଣମୂଳ କଂଗ୍ରେସ (TMC) ଏବେ ଦିଲ୍ଲୀରେ ମଧ୍ୟ ଝଟକା ପାଇପାରେ। TMC ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ INDIA ମେଣ୍ଟ ବୈଠକରେ ଯୋଗଦେବା…

ମିଲ୍କି ୱେ ବ୍ଲାକ୍‌ ହୋଲ୍‌ରୁ ବାହାରୁଛି ଶକ୍ତିଶାଳୀ ପବନ

ନୂଆଦିଲ୍ଲୀ/ୱାଶିଂଟନ,୮ା୬: ମହାକାଶ ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ଆମ ଗାଲାକ୍ସି ଅର୍ଥାତ୍‌ ‘ମିଲ୍କି ୱେ’ (ଛାୟାପଥ)ର କେନ୍ଦ୍ରସ୍ଥଳରେ ଥିବା ସୁପରମାସିଭ୍‌ ବ୍ଲାକ୍‌ ହୋଲ୍‌ ‘ସାଜିଟେରିଅସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri