ପଥର ଖାଦାନରୁ ମିଳିଲା ସୂର୍ଯ୍ୟଙ୍କ ମୃତଦେହ

ଢେଙ୍କାନାଳ ଅଫିସ୍‌, ୨।୪: ନିଖୋଜ ହେବାର ୪ଦିନ ପରେ ଏକ ପଥରଖାଦାନରୁ ମିଳିଛି ଆଲାଏନ୍ସ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡର ସୂର୍ଯ୍ୟନାରାୟଣ ତ୍ରିପାଠୀ (୩୬)ଙ୍କ କ୍ଷତାକ୍ତ ମୃତଦେହ। ତାଙ୍କୁ ଅପହରଣ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୂର୍ଯ୍ୟନାରାୟଣଙ୍କୁ ଠାବ କରିବାକୁ ଘର ଲୋକେ ବାରମ୍ବାର ଢେଙ୍କାନାଳ ସଦର ଥାନା ପୋଲିସକୁ ନିବେଦନ କରିଥିଲେ ମଧ୍ୟ ସହଯୋଗ ମିଳି ନ ଥିଲା। ଦୁଇ ଥାନା ମଧ୍ୟରେ ସୀମା ବିବାଦରୁ ମାମଲା ରୁଜୁ କରିବାରେ ସମସ୍ୟା ଉପୁଜିଥିଲା, ଯାହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ମାମଲାରେ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ଉପରେ ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
କଟକ ଜିଲା ଆଠଗଡ଼ ଥାନା ବୀରକିଶୋରପୁର ଅଞ୍ଚଳର ଅବସରପ୍ରାପ୍ତ ଏସ୍‌ବିଆଇ କର୍ମଚାରୀ ଶ୍ରଦ୍ଧାନନ୍ଦ ତ୍ରିପାଠୀଙ୍କ ଏକମାତ୍ର ପୁଅ ସୂର୍ଯ୍ୟନାରାୟଣ ଆଲାଏନ୍ସ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡର ଭାବେ କାର୍ଯ୍ୟ କରୁଥିଲେ। ସେ ନିଜ କାମରେ ବାଇକ୍‌ରେ ଢେଙ୍କାନାଳ ଯିବାଆସିବା କରୁଥିଲେ। ଗତ ସୋମବାର ଢେଙ୍କାନାଳ ଖମାରସାହିରେ ଏକ ଭୋଜିରେ ଯୋଗଦେବାକୁ ଆସି ସେ ଆଉ ଫେରି ନ ଥିଲେ। ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମଙ୍ଗଳବାର ସୁଦ୍ଧା ସୂର୍ଯ୍ୟନାରାୟଣଙ୍କ କୌଣସି ସନ୍ଧାନ ନ ମିଳିବାରୁ ଘର ଲୋକେ ଆଶାଆଶଙ୍କା ମଧ୍ୟରେ ରହିଥିଲେ। ଏପରି କି କେତେଜଣ ବ୍ୟକ୍ତି ପୁଅଙ୍କ ସମ୍ପର୍କରେ ସୂଚନା ଦେବାକୁ ଟଙ୍କା ଦାବି କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିଚୟ ପୋଲିସକୁ ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଶ୍ରଦ୍ଧାନନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି। ପୋଲିସ ନଂ. ୯/୨୨ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଶୁକ୍ରବାର ସକାଳେ ସପ୍ତଶଯ୍ୟା-ଶଙ୍କରପୁର ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମନାଭପୁର ନିକଟ ଏକ ପଥର ଖାଦାନରୁ ସୂର୍ଯ୍ୟନାରାୟଣଙ୍କ କ୍ଷତାକ୍ତ ମୃତଦେହ ଏବଂ ବାଇକ୍‌ ଠାବ କରାଯାଇଥିଲା। ସୂଚନା ପାଇ ଏସ୍‌ପି ଏଲ୍‌. ଦିବ୍ୟା ଭି. ପୋଲିସ ଫୋର୍ସ ସହିତ ପହଞ୍ଚତ୍ ତଦନ୍ତ କରିଛନ୍ତି। ପୁଅକୁ ଅପହରଣ ପରେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ସୂର୍ଯ୍ୟନାରାୟଣଙ୍କ ବାପା ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଏସ୍‌ପି କୁହନ୍ତି, ନିଖୋଜ ଅଭିଯୋଗ ମିଳିବା ପରେ ସୂର୍ଯ୍ୟନାରାୟଣଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିଲା। କିନ୍ତୁ ଶୁକ୍ରବାର ତାଙ୍କର ମୃତଦେହ ମିଳିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯାଉଛି। ସଦର ଏବଂ ଟାଉନ ଥାନା ମଧ୍ୟରେ ମାମଲା ରୁଜୁକୁ ନେଇ ବିବାଦ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଏସ୍‌ପି ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଖୋଜ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଫୋନ୍‌ କଲ ଯାଞ୍ଚ କରାଯାଉଛି। ଶବ ମିଳିବା ପରେ ସଦର ଥାନାରେ କେସ୍‌ ନଂ. ୧୬୯/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri