ପଥର ଖାଦାନରୁ ମିଳିଲା ସୂର୍ଯ୍ୟଙ୍କ ମୃତଦେହ

ଢେଙ୍କାନାଳ ଅଫିସ୍‌, ୨।୪: ନିଖୋଜ ହେବାର ୪ଦିନ ପରେ ଏକ ପଥରଖାଦାନରୁ ମିଳିଛି ଆଲାଏନ୍ସ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡର ସୂର୍ଯ୍ୟନାରାୟଣ ତ୍ରିପାଠୀ (୩୬)ଙ୍କ କ୍ଷତାକ୍ତ ମୃତଦେହ। ତାଙ୍କୁ ଅପହରଣ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସୂର୍ଯ୍ୟନାରାୟଣଙ୍କୁ ଠାବ କରିବାକୁ ଘର ଲୋକେ ବାରମ୍ବାର ଢେଙ୍କାନାଳ ସଦର ଥାନା ପୋଲିସକୁ ନିବେଦନ କରିଥିଲେ ମଧ୍ୟ ସହଯୋଗ ମିଳି ନ ଥିଲା। ଦୁଇ ଥାନା ମଧ୍ୟରେ ସୀମା ବିବାଦରୁ ମାମଲା ରୁଜୁ କରିବାରେ ସମସ୍ୟା ଉପୁଜିଥିଲା, ଯାହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଏକ ସ୍ପର୍ଶକାତର ମାମଲାରେ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ଉପରେ ସେମାନେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
କଟକ ଜିଲା ଆଠଗଡ଼ ଥାନା ବୀରକିଶୋରପୁର ଅଞ୍ଚଳର ଅବସରପ୍ରାପ୍ତ ଏସ୍‌ବିଆଇ କର୍ମଚାରୀ ଶ୍ରଦ୍ଧାନନ୍ଦ ତ୍ରିପାଠୀଙ୍କ ଏକମାତ୍ର ପୁଅ ସୂର୍ଯ୍ୟନାରାୟଣ ଆଲାଏନ୍ସ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ପ୍ରୋଭାଇଡର ଭାବେ କାର୍ଯ୍ୟ କରୁଥିଲେ। ସେ ନିଜ କାମରେ ବାଇକ୍‌ରେ ଢେଙ୍କାନାଳ ଯିବାଆସିବା କରୁଥିଲେ। ଗତ ସୋମବାର ଢେଙ୍କାନାଳ ଖମାରସାହିରେ ଏକ ଭୋଜିରେ ଯୋଗଦେବାକୁ ଆସି ସେ ଆଉ ଫେରି ନ ଥିଲେ। ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ମଙ୍ଗଳବାର ସୁଦ୍ଧା ସୂର୍ଯ୍ୟନାରାୟଣଙ୍କ କୌଣସି ସନ୍ଧାନ ନ ମିଳିବାରୁ ଘର ଲୋକେ ଆଶାଆଶଙ୍କା ମଧ୍ୟରେ ରହିଥିଲେ। ଏପରି କି କେତେଜଣ ବ୍ୟକ୍ତି ପୁଅଙ୍କ ସମ୍ପର୍କରେ ସୂଚନା ଦେବାକୁ ଟଙ୍କା ଦାବି କରିଥିଲେ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପରିଚୟ ପୋଲିସକୁ ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଶ୍ରଦ୍ଧାନନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି। ପୋଲିସ ନଂ. ୯/୨୨ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଶୁକ୍ରବାର ସକାଳେ ସପ୍ତଶଯ୍ୟା-ଶଙ୍କରପୁର ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମନାଭପୁର ନିକଟ ଏକ ପଥର ଖାଦାନରୁ ସୂର୍ଯ୍ୟନାରାୟଣଙ୍କ କ୍ଷତାକ୍ତ ମୃତଦେହ ଏବଂ ବାଇକ୍‌ ଠାବ କରାଯାଇଥିଲା। ସୂଚନା ପାଇ ଏସ୍‌ପି ଏଲ୍‌. ଦିବ୍ୟା ଭି. ପୋଲିସ ଫୋର୍ସ ସହିତ ପହଞ୍ଚତ୍ ତଦନ୍ତ କରିଛନ୍ତି। ପୁଅକୁ ଅପହରଣ ପରେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ସୂର୍ଯ୍ୟନାରାୟଣଙ୍କ ବାପା ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଏସ୍‌ପି କୁହନ୍ତି, ନିଖୋଜ ଅଭିଯୋଗ ମିଳିବା ପରେ ସୂର୍ଯ୍ୟନାରାୟଣଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିଲା। କିନ୍ତୁ ଶୁକ୍ରବାର ତାଙ୍କର ମୃତଦେହ ମିଳିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯାଉଛି। ସଦର ଏବଂ ଟାଉନ ଥାନା ମଧ୍ୟରେ ମାମଲା ରୁଜୁକୁ ନେଇ ବିବାଦ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରୁ ଏସ୍‌ପି ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଖୋଜ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଫୋନ୍‌ କଲ ଯାଞ୍ଚ କରାଯାଉଛି। ଶବ ମିଳିବା ପରେ ସଦର ଥାନାରେ କେସ୍‌ ନଂ. ୧୬୯/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri