ମାଓବାଦୀ ଭୟରେ ଜନ୍ମମାଟିକୁ ଯାଇପାରିିଲାନି ପାର୍ଥତ୍ବ ଶରୀର

ମାଲକାନଗିରି,୨୮ା୪(ଡି.ଏନ୍‌.ଏ.): ଛତିଶଗଡ଼ର ଅରଣପୁର ଥାନା ଅଞ୍ଚଳରେ ବୁଧବାର ମାଓବାଦୀଙ୍କ ବୋମା ବିସ୍ଫୋରଣରେ ୧୦ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ। ଗୁରୁବାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ସଲାମି ଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ବହୁ ମନ୍ତ୍ରୀ, ଜନ ପ୍ରତିନିଧି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକବ୍ୟକ୍ତ କରିଛନ୍ତି। ତେବେ ଶହୀଦ ଯବାନଙ୍କ ଏହି ବଳିଦାନକୁ ବୃଥା ହେବାକୁ ଦିଆଯିବ ନାହିଁ। ଆଗାମୀ ଦିନରେ ଏହାର କଡା ଜବାବ ଦେବା ସହ ମାଓବାଦୀ ଦମନ ଅଭିଯାନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ବଘେଲ କହିଛନ୍ତି। ଏହି ଘଟଣାକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ଶହୀଦମାନଙ୍କ ମୃତଦେହ ସେମାନଙ୍କ ଗ୍ରାମକୁ ପଠାଯାଇ ସେଠାରେ ଅନ୍ତିମ ସଂସ୍କାର ପାଇଁ ପଦକ୍ଷେପ ନିଆଯାଇଛି। ଦୁଇ ଜଣ ଶହୀଦ ଯବାନଙ୍କ ପାର୍ଥତ୍ବ ଶରୀର ନେବାକୁ ପରିବାର ଲୋକେ ଆସି ନ ଥିବା ଯୋଗୁ ମୃତଦେହ ସେମାନଙ୍କ ଜନ୍ମମାଟିରେ ପହଞ୍ଚତ୍ପାରିନାହିଁ। ମାଓବାଦୀଙ୍କ ଭୟ ଯୋଗୁ ଏହି ଦୁଇ ପରିବାର ଆସିପାରି ନ ଥିବା କୁହାଯାଉଛି। ସମ୍ପୃକ୍ତ ୨ଶହୀଦଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଦାନ୍ତଓ୍ବୋଡା ଜିଲା ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜଣାପଡିଛି।