Posted inଫୁରସତ

ଶରୀରରେ ନିଆଁ ଲଗାଇ ଦୌଡ଼ି ରେକର୍ଡ

ପ୍ୟାରିସ: ବର୍ତ୍ତମାନ ଟ୍ରେଣ୍ଡର ସମୟ ଚାଲିଛି। କିଛି ଭିନ୍ନ କରି ଟ୍ରେଣ୍ଡ ରହିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ନିକଟରେ ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ ଫାୟାରଫାଇଟର ନିଜ ଶରୀରରେ ନିଆଁ ଲଗାଇ ଅଧିକ ବାଟ ଦୌଡ଼ିବାରେ ସଫଳ ହୋଇଛନ୍ତି। ଏପରି କାର୍ଯ୍ୟ କରି ସେ ଗିନିଜ୍‌ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ବିନା ଅମ୍ଳଜାନରେ ସୁରକ୍ଷା ଶୁଟ୍‌ ପିନ୍ଧି ଦେହରେ ନିଆଁ ଲଗାଇ ୨୭୨. ୨୫ ମିଟର ଦୌଡ଼ିଛନ୍ତି। ସେ ପୁରୁଣା ରେକର୍ଡ ୨୦୪.୨୩କୁ ଭାଙ୍ଗି ଦେଇଛନ୍ତି। ଏଥିସହ ଜୋନାଥନ ଫୁଲ ବଡ଼ି ବର୍ଣ୍ଣ ୧୦୦ ମିଟର ଦୌଡ଼ରେ ସବୁଠୁ ଦ୍ରୁତ ଗତିରେ ଦୌଡ଼ି ରେକର୍ଡ କରିଛନ୍ତି। ଜୋନାଥନ ତାଙ୍କର ଏହି ଷ୍ଟଣ୍ଟକୁ ମୋଟ ୧୭ ସେକେଣ୍ଡରେ ପୁରଣ କରିପାରିଛନ୍ତି, ଯାହାକି ପୂର୍ବ ରେକର୍ଡ ମୁତାବକ ୭.୫୮ ସେକେଣ୍ଡକୁ ଭାଙ୍ଗି ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜୋନାଥନଙ୍କ ଶରୀରରେ ନିଆଁ ଲଗାଇ ଦିଆଯାଉଛି। ଏହାପରେ ସେ ଦୌଡ଼ିବା ଆରମ୍ଭ କରିବା ସହ ତାଙ୍କ ଶରୀରରେ ନିଆଁ ପୂରା ଖେଳିଯାଉଛି। ଏହା ସହିତ ସେ ଦ୍ରୁତଗତିରେ ଦୌଡ଼ି ରେକର୍ଡ କରିବାରେ ସଫଳ ହୋଇଛନ୍ତି। ଏହାର ୧୪ ବର୍ଷ ପୂର୍ବରୁ ଇଂଲଣ୍ଡର କିଥ ମେଲକମ୍‌ ଏହି ରେକର୍ଡକୁ ନିଜ ନାମରେ କରିଥିଲେ। କିଥଙ୍କଠାରୁ ଜୋନାଥନ ୩ ଗୁଣା ଅଧିକ ଦ୍ରୁତ ଗତିରେ ଦୌଡ଼ିଥିଲେ। ଜୋନାଥନ ଜଣେ ଫାୟାରଫାଇଟର ସହ ଷ୍ଟଣ୍ଟମ୍ୟାନ ମଧ୍ୟ। ସେ ଛୋଟବେଳୁ ନିଆଁରେ ଖେଳିବାକୁ ସୌକ ରଖିବା ସହ ଫାୟାର ଶୋ’ ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri