ବଣାଇଁ,୨୧।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରିତୋଳା ନିକଟରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଅଚିହ୍ନା ଯୁବକଙ୍କ ଶବ ପଡିଥିବା ଦେଖି ଅଞ୍ଚଳବାସୀ ଥାନାକୁ ସୂଚନା ଦେଇଥିଲେ ।
ସୋମବାର ସନ୍ଧ୍ୟାରେ ଚାନ୍ଦିପୋଷ ଥାନା ସବ୍ ଇନିସପେକ୍ଟର ଫଣି ଭୂଷଣ ମହାନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତକଙ୍କ ଶବ ଉଦ୍ଧାର କରାଯାଇଛି ଓ ପରିଚୟ ଅସ୍ପଷ୍ଟ ଥିବାରୁ ଶବ ମର୍ଗ ହାଉସରେ ରଖାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ କୌଣସି ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତେବେ ପ୍ରାରମ୍ଭିକ ତଦନ୍ତ ପରେ ସମ୍ପୃକ୍ତ ଯୁବକ ମସ୍ତିସ୍କ ବିକୃତ ଥିବା ନେଇ ସୂଚନାକୁ ଆଧାର କରି ଅଧିକ ତଦନ୍ତ ଜାରି ରହିଛି ।