ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ ଝୁଲାଇ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହେଲା ସେନେଇ କୌଣସି ସଠିକ୍ ପ୍ରମାଣ ମିଳାପାରି ନାହିଁ । ସ୍ଥାନୀୟ ଲୋକେ ପ୍ରଥମେ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରେ କଲରାପତରିଆ ବାଘ ଝୁଲୁଥିବା ନେଇ ଦେଖିଥିଲେ । ଏହାପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରିଛନ୍ତି ।

 

Dharitri – Odisha’s No.1 Odia Daily

Share