ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି। ରବିବାର ସକାଳେ ସ୍ଥାନୀୟ ଲୋକେ ଶୌଚ ହେବାକୁ ଯାଇଥିବାବେଳେ ମୃତଦେହ ଖଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଚାନ୍ଦପୁର ଥାନା ପୋଲିସକୁ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ ଯୁବକଙ୍କ ନାମ ପ୍ରତାପ କୁମାର ପାଟ୍ଟଶାଣୀ(୩୫)ବର୍ଷ। ଘର କେରଣ୍ଡା ଟାଙ୍ଗୀ ପଞ୍ଚାୟତ ନୂଆପଡ଼ା ଗ୍ରାମରେ। ସେ କିଛି ଦିନ ହେଲା ଘରୁ ନିଖୋଜ ଥିଲେ।