ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ

ଯାଜପୁର ଟାଉନ,୨୯ା୧୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢ଼ିବାକୁ ଲାଗିଥିବାବେଳେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କୁ ୪ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏହିଜାମିନ ମଞ୍ଜୁର ହୋଇଥିଲେ ମଧ୍ୟ ଲଲ ଜେଲ୍‌ରୁ ମୁକୁଳିପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ଆଉ ୩ ମାମଲା ବିଚାରାଧୀନ ରହିଛି। ଯାଜପୁର ପୋଲିସ ଲଲଙ୍କୁ ମାମଲା ନଂ.୪୭୧/୨୦୨୪ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଭବପ୍ରସାଦଙ୍କ ଓକିଲ ଶୁକ୍ରବାର ଏହି ମାମଲା ପାଇଁ ଜାମିନ୍‌ ଆବେଦନ କରିଥିବାବେଳେ ପୂର୍ବରୁ ଏହି ମାମଲାର ଅଭିଯୋଗକାରୀ ଥିବା ମଦନ ନାୟକ ନାମକ ଚାଷୀ କୋର୍ଟରେ ପହଞ୍ଚତ୍ ସତ୍ୟପାଠ ମାଧ୍ୟମରେ ମାମଲା ପ୍ରତ୍ୟାହାର ପାଇଁ ଜଣାଇଥିଲେ।

ଏହାବ୍ୟତୀତ ଲଲଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ତାଙ୍କର ଚିକିତ୍ସା ପାଇଁ ୨୨ ତାରିଖରେ ମୁମ୍ବାଇ ଯିବାକୁ ଫ୍ଲାଇଟ୍‌ ଟିକେଟ୍‌ କରିଥିଲେ। ମାତ୍ର ପୋଲିସ ତାଙ୍କୁ ୨୧ତାରିଖ ମଧ୍ୟ ରାତ୍ରିରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଜାମିନ୍‌ ଦିଆଯିବା ପାଇଁ ଓକିଲ ଯୁକ୍ତି ବାଢ଼ିଥିଲେ। ଏହି ଯୁକ୍ତିକୁ ଭିତ୍ତିକରି ଦୌରାଜଜ୍‌ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନାଥାଉ କି, ଯାଜପୁର ଟାଉନ୍‌ସ୍ଥିତ ବିରଜା ହାଟର ନବୀକରଣ ପାଇଁ ପୂର୍ବର ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ହାଟକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନୂଆ ସ୍ଥାନରେ ହାଟ ବ୍ୟବସାୟ ଭଲ ନ ହେବାରୁ କ୍ଷୁଦ୍ର ବ୍ୟବସାୟୀ ଏବଂ ଚାଷୀମାନେ ବିରୋଧ କରି ଅନେକ ଥର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଫଳରେ ପୁରୁଣା ସ୍ଥାନରେ ହାଟ ଚଲାଇବାକୁ ଜିଲା ପ୍ରଶାସନ ଅନୁମତି ଦେଇଥିଲା। ଏହାକୁ ବିରୋଧ କରି ବିଜେଡି କର୍ମୀମାନେ ଗତ ୨୦ ତାରିଖରେ ରାସ୍ତାରୋକୋ କରିବାବେଳେ ହିଂସା ଉପୁଜିଥିଲା। ସେହି ବାଟ ଦେଇ ଆସୁଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ହାଟକୁ ଯାଉଥିବା ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ଅଟକାଇବା, ଧମକାଇବା ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇ ନେବା ନେଇ ଅଭିଯୋଗ ହୋଇଛି। ଏନେଇ ଲଲଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri