ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି। ହେଲେ ସେ ବିବାହ ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଥିଲେ ଚର୍ଚ୍ଚାରେ।

୮୦ ଏବଂ ୯୦ ଦଶକରେ ଦର୍ଶକଙ୍କ ହୃଦୟ ଜିତିଥିଲେ ସନି ଦେଓଲ। ଏହି ସମୟ ମଧ୍ୟରେ ସେ ଅନେକ ନାୟିକାଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭଲ ବନ୍ଧୁ ମଧ୍ୟ ପାଲଟିଛନ୍ତି ଅନେକ। ଅଭିନେତ୍ରୀ ନୀଲମ ମଧ୍ୟ ସେପରି ଜଣେ ଥିଲେ। ଉଭୟ ଏକାଠି ଏକାଧିକ ଫିଲ୍ମରେ ଯୋଡ଼ି ହୋଇଥିଲେ। ହେଲେ ନୀଲମଙ୍କୁ ହୃଦୟ ଦେଇଥିଲେ ବବି।

ଦୀର୍ଘ ୫ ବର୍ଷ ଧରି ସେମାନେ ପରସ୍ପର ସହ ସମ୍ପର୍କରେ ରହିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଘରଲୋକଙ୍କ ସହ ଏନେଇ କଥାବାର୍ତ୍ତା କରିଥିଲେ। ଗୋଟିଏ ପଟେ ନୀଲମଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ ହେଁ ବବିଙ୍କ ବାପା ଧର୍ମେନ୍ଦ୍ର ସିଧା ସିଧା ନା କରିଥିଲେ। କୌଣସି ଫିଲ୍ମର ଅଭିନେତ୍ରୀ ତାଙ୍କ ଘରର ବୋହୂ ହେଉ ସେ ଚାହୁଁ ନ ଥିଲେ। ନିଜେ ହେମାଙ୍କୁ ବିବାହ କରିଥିଲେ ହେଁ ତାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ଚିନ୍ତାରେ ପକାଇଥିଲା। ଭଲ ପୁଅ ଭାବେ ବବି ବାପାଙ୍କ କଥା ମାନି ନୀଲମଙ୍କ ସହ ବ୍ରେକ୍‌ଅପ୍‌ କରିନେଇଥିଲେ।

ବବିଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭାଙ୍ଗିପଡ଼ିଥିଲେ ନୀଲମ। ରାତି ରାତି ଅନିଦ୍ରା ରହିବା ସହ କାନ୍ଦ ବନ୍ଦ ହେଉ ନ ଥିଲା ତାଙ୍କର। ହେଲେ ଧିରେ ଧିରେ ସେ ନିଜକୁ ସମ୍ଭାଳିଥିଲେ। ଏହାର କିଛି ବର୍ଷ ପରେ ସେ ବିବାହ କରିନେଇଥିଲେ। ବବି ମଧ୍ୟ ତାନ୍ୟାଙ୍କ ହାତ ଧରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri