ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ

କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍‌ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି।

ଗୁରୁବାର ୫ ଜଣ ଏକ ଦେଶୀଡଙ୍ଗାରେ ବାଡେଲା ଗ୍ରାମକୁ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଉତ୍ସବ ପରେ ସେମାନେ ଗାଁକୁ ଫେରୁଥିବା ବେଳେ ଡଙ୍ଗାଟି ପାତାଳି ନଦୀରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୫ଜଣଯାକ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ନିଖୋଜ ୩ ମହିଳା ହେଲେ ଲାଲମଣି ଶିଶା(୨୩), ଶଶିରେଖା ଆର୍ଲାବ(୨୪) ଓ ନବିନା ଆର୍ଲାବ(୨୫)। ଏମାନଙ୍କ ବ୍ୟତୀତ ପୁଷ୍ପାଞ୍ଜଳି ଆରଲାବ(୧୪) ଏବଂ ଶାନ୍ତି ସିଶା(୧୩) ଅନ୍ତର୍ଭୁକ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।