ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଖୋଜା ଚାଲିଛି।