ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ନିଖୋଜ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଛତିଶଗଡ଼ ଅତର୍ଲିଆ ଗ୍ରାମର ପ୍ରାୟ ୫୦ ଯାତ୍ରୀ ଏକ ମିନିବସ୍‌ରେ ବରଗଡ଼ ଜିଲା ଅମ୍ବାଭୋନାସ୍ଥିତ ପଥରସେନିକୁ ପିକ୍‌ନିକ୍‌ କରିବାକୁ ବାହାରିଥିଲେ। ସେମାନେ ସକାଳେ ରାୟଗଡ଼ ଦେଇ ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ମହାନଦୀର ଶରଧା ଡଙ୍ଗାଘାଟରେ ପହଞ୍ଚତ୍ଥିଲେ। ସେଠାରୁ ଏକ ଡଙ୍ଗା ଯୋଗେ ମହିଳା, ପୁରୁଷ ଓ ଶିଶୁଙ୍କୁ ମିଶାଇ ସମସ୍ତ ୫୦ ଯାତ୍ରୀ ବରଗଡ଼ ଜିଲା ବାଞ୍ଜିପାଲି ଘାଟରେ ପହଞ୍ଚତ୍ ପିକ୍‌ନିକ୍‌ ସ୍ପଟ୍‌ ପଥରସେନି ଯାଇଥିଲେ। ସେମାନେ ପିକ୍‌ନିକ୍‌ ସାରି ଅନ୍ୟ ଏକ ଡଙ୍ଗାରେ ଶରଧା ଘାଟକୁ ବାହାରିଥିଲେ। କିନ୍ତୁ ଘାଟରେ ପହଞ୍ଚତ୍ବା ପୂର୍ବରୁ ଅଳ୍ପ ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଫଳରେ ଏଥିରେ ବସିଥିବା ୫୦ ଯାତ୍ରୀ ପାଣିରେ ବୁଡ଼ିଯାଇଥିଲେ। ଲୋକଙ୍କ ଚିତ୍କାର ଶୁଣି ମହାନଦୀରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ। ସେମାନେ ଖୋଜାଖୋଜି କରି ୪୦ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବାବେଳେ ଅନ୍ୟ ୨ ଜଣଙ୍କ ମୃତଦେହ ଠାବ କରିଥିଲେ। ଏହାସହ ୭ ଯାତ୍ରୀ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ଉଦ୍ଧାର ହୋଇଥିବା ଲୋକଙ୍କୁ ନିକଟସ୍ଥ ଲଖନପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରେଙ୍ଗାଲି ଥାନା ଅଧିକାରୀଙ୍କ ସହ ଝାରସୁଗୁଡ଼ା ଏସ୍‌ପି ସ୍ମିଥ୍‌ ପି. ପରମାର ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଲିସ ସହ ଝାରସୁଗୁଡ଼ା ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ନିଖୋଜ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଖବର ପ୍ରସାରିତ ହେବା ପରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଏବଂ ବିଜେଡିର ବରଗଡ଼ ଲୋକ ସଭା ପ୍ରାର୍ଥୀ ପରିଣିତା ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ଝାରସୁଗୁଡ଼ା ଜିଲାପାଳ ଅବୋଲି ସୁନୀଲ ନରୱଣେ ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣା ଅନ୍ୟନ୍ତ ଦୁଃଖଦାୟକ। ଏହାର ତଦନ୍ତ କରାଯାଇ ଭବିଷ୍ୟତରେ ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ଜିଲା ପ୍ରଶାସନ ସଜାଗ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଏବଂ ଏସ୍‌ଆର୍‌ସିଙ୍କୁ ସମନ୍ବୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜଙ୍କୁ ଉଦ୍ଧାର ପାଇଁ ୫ ସ୍କୁବା ଡାଇଭର ଓ ୨ ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ପଠାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଡଙ୍ଗାରେ ଲାଇଫ୍‌ ଜାକେଟ ରଖିବା ପାଇଁ କଡ଼ା ନିୟମ ଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ଡଙ୍ଗା ମାଲିକ ଓ ପ୍ରଶାସନିକ ଅବହେଳା ଯୋଗୁ ବାରମ୍ବାର ଡଙ୍ଗା ବୁଡ଼ି ଲୋକଙ୍କ ଜୀବନ ଯାଉଛି। ଏନେଇ ଜିଲାପାଳଙ୍କ ପ୍ରତିକ୍ରିୟା ନେବା ଲାଗି ତାଙ୍କ ମୋବାଇଲକୁ ବାରମ୍ବାର କଲ୍‌ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri