OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ସ୍ପଷ୍ଟୀକରଣ ଦେଇଛି । OSSTET ସ୍ଥଗିତ ହୋଇନି, ଆସନ୍ତାକାଲି(ବୁଧବାର) ହିଁ ପରୀକ୍ଷା ହେବ । କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ ବୋଲି ବୋର୍ଡ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି ।

ବୁଧବାର ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବ । ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ ସୂଚୀ ପ୍ରକାଶ ପାଇଛି ।

 

 

Dharitri – Odisha’s No.1 Odia Daily

Share