ବିଏମ୍‌ସି ମେୟର ଭାବେ ଶପଥ ନେଲେ ସୁଲୋଚନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଶନିବାର ଶପଥ ନେଲେ ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ତାଙ୍କ ସହ ନବନିର୍ବାଚିତ ୬୭ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୬୭ଟି ୱାର୍ଡରୁ ବିଜେଡି ୪୮ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ଭାଜପା ୧୦ ଟା ଏବଂ ସ୍ବାଧୀନ ୯ରେ ବିଜୟୀ ହୋଇଛନ୍ତି ।

କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୁଲୋଚନା ଦାସ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ସେ ଭାଜପା ପ୍ରାର୍ଥୀ ସୁନିତି ମୁଣ୍ଡଙ୍କୁ ୬୧ ହଜାର ୮୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ମେୟର ପଦବି ହାତେଇଥିଲେ ।