ଅନ୍ଧାରରେ ବାଡ଼ି ବୁଲାଉଛି ବିଏମ୍‌ସି

ଭୁବନେଶ୍ୱର, ୨୧।୧୨ (ବ୍ୟୁରୋ): ମଶା ପାଇଁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ତରବରିଆ ଭାବେ ପଦକ୍ଷେପ ନେଇଛି ବିଏମ୍‌ସି। ଲୋକଦେଖାଣିଆ ଭାବେ ଡ୍ରୋନ୍‌ ଉଡ଼ାଉଥିବାବେଳେ ସହରବାସୀ ଏବେ ବି ମଶା ଦାଉରେ କଲବଲ ହେଉଛନ୍ତି। ଶନିବାରଠାରୁ ଡ୍ରୋନ୍‌ ଯୋଗେ ମଶାଙ୍କ ଉତ୍ପତ୍ତିସ୍ଥଳ ଚିହ୍ନଟ ହେବା ପରେ ରବିବାର ନୀଳାଦ୍ରି ବିହାର ଅଞ୍ଚଳରେ କେମିକାଲ ସ୍ପ୍ରେ ହୋଇଥିଲା। ମାତ୍ର ସମ୍ପୃକ୍ତ ଅଞ୍ଚଳରେ ଏବେ ବି ମଶାଙ୍କ ଉତ୍ପାତ କମିନାହିଁ। ଅପରପକ୍ଷେ ଔଷଧ ସ୍ପ୍ରେ କରାଯିବା ପରେ ସେଠାରେ କେତେ ମଶା ମଲେ ସେ ନେଇ କୌଣସି ସୂଚନା ବିଏମ୍‌ସି ପାଖରେ ନାହିଁ। କେବଳ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଦିନକୁ ଦୁଇଟି ଓ୍ବାର୍ଡରେ ଡ୍ରୋନ୍‌ ବୁଲୁଛି। ଶନିବାର ଠାରୁ ମୋଟ୍‌ ୩ଟି ଓ୍ବାର୍ଡରେ ଡ୍ରୋନ ବୁଲି ଫଟୋ ଉଠାଇବା ସହ ଔଷଧ ସ୍ପ୍ରେ ହୋଇଛି। ଯେଉଁ ଅଞ୍ଚଳକୁ ଲୋକେ ଯାଇପାରିବେ ନାହିଁ ବା ଦୁର୍ଗମ ଅଞ୍ଚଳ ସେଠାରେ ଡ୍ରୋନ୍‌ ଦ୍ୱାରା ମଶାଙ୍କୁ ଦମନ କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ମାତ୍ର ବାସ୍ତବରେ ଏହାକୁୁ ଖୋଲା ସ୍ଥାନ, ନାଳ, ପୋଖରୀ ଏବଂ ବିଭିନ୍ନ ବସ୍ତି ଉପରେ ବୁଲାଯାଉଛି। ଯେଉଁଠାକୁ ବିଏମ୍‌ସି କର୍ମଚାରୀ ଯାଇ ମଶାତେଲ ଓ ଔଷଧ ସିଞ୍ଚନ କରିପାରିବେ। ସେହିପରି ମାସ ମାସ ଧରି ନାଳ ନର୍ଦ୍ଦମା, ପୋଖରୀ ଏବଂ ଅନ୍ୟ ଜଳଉତ୍ସଗୁଡିକ ସଫା ହୋଇନାହିଁ। ଫଳରେ ମଶାବଂଶ ବୃଦ୍ଧି ହେଉଛି। ଆଗରୁ ନିଦାବିଷ୍ଣୁ ସାଜିଥିବା ବିଏମ୍‌ସିର ଅପାରଗତା ପାଇଁ ଏବେ ରାଜଧାନୀବାସୀ ହଇରାଣ ହେଉଛନ୍ତି। ଅପରପକ୍ଷେ ଡ୍ରୋନ୍‌ ମଶାଙ୍କୁ ଦମନ କରିବ ବୋଲି ବିଏମ୍‌ସି ବାହାସ୍ପୋଟ ମାରୁଥିବାବେଳେ ପ୍ରକୃତରେ ଏହା କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ସହରରେ ଏବେ ସାନ୍ଧ୍ରତା ୧ଶହ ଟପିଥିବାବେଳେ ବିଏମ୍‌ସିର ପରୀକ୍ଷାମୂଳକ କାର୍ଯ୍ୟ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୋଇଛି। ଏ ସମ୍ପର୍କରେ ବିଏମ୍‌ସି ସିଟି ହେଲ୍‌ଥ ଅଫିସର ଦୀପକ ବିଶୋଇ କହିଛନ୍ତି, ଏବେ ଦିନକୁ ୨ଟି ଓ୍ବାର୍ଡରେ ଡ୍ରୋନ୍‌ ବୁଲୁଛି। ପ୍ରତିଦିନ ୯ଟି ଟିମ୍‌ ୯ଟି ଓ୍ବାର୍ଡରେ ଫଗିଂ କରୁଛନ୍ତି। ଏହାବାଦ୍‌ ୬୭ ଓ୍ବାର୍ଡ ପାଇଁ ବିଏମ୍‌ସିର ୧୭୦ ଜଣ କର୍ମଚାରୀ ଗଣ ସଫେଇ, ଆଣ୍ଟି ଲାର୍ଭା କାର୍ଯ୍ୟକ୍ରମ କରୁଛନ୍ତି। ପ୍ରତିଦିନ ୬ଟି ଓ୍ବାର୍ଡରେ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ଓ୍ବାର୍ଡ ନଂ ୮ର ହାଟ ଓ ଅନ୍ୟାନ୍ୟ ଅଞ୍ଚଳ ଏବଂ ୪୩ ନଂ ଓ୍ବାର୍ଡର ଲକ୍ଷ୍ମୀସାଗର ବଡ଼ ପୋଖରୀ, ଦୟା ଓ୍ବେଷ୍ଟ କେନାଲ, ଡ୍ରେନ୍‌ଗୁଡିକରେ ଔଷଧ ସ୍ପ୍ରେ ହୋଇଥିଲା। ଅପରପକ୍ଷେ ବିଏମ୍‌ସିର ଡ୍ରୋନ୍‌ ଉଡାକୁ ନେଇ ବିବାଦ ଦେଖାଦେଇଛି। ବିନା ଅନୁମତିରେ ରାଜଧାନୀ ଆକାଶମାର୍ଗରେ ଡ୍ରୋନ ଉଡାଯାଉଥିବାରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଆଇଏ) ବିଏମ୍‌ସିକୁ ନୋଟିସ୍‌ ଜାରି କରିଛି। ଡ୍ରୋନ ଉଡ଼ିବା ପାଇଁ ଡିଜିସିଏ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନିହାତି ଦରକାର। କିନ୍ତୁ ବିଏମ୍‌ସି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏନେଇ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଏପରି ଡ୍ରୋନ ଉଡ଼ାଇବା ବିମାନ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଏଜେନ୍ସି ଏନେଇ ଅନୁମତି ଆଣିବା କଥା, ଯାହାକି ସେ କରିନାହିଁ। ସହର ମଧ୍ୟରେ ପ୍ରାୟ ଅଧିକାଂଶ ଅଞ୍ଚଳ ରେଡ୍‌ ଜୋନ୍‌ ମଧ୍ୟରେ ଆସିବ। ନୋଟିସ୍‌ ପାଇବା ପରେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ଏଜେନ୍ସି ସହ ଆଲୋଚନା କରାଯାଇଛି। ଡ୍ରୋନ୍‌ ଉଡିବା କିଛି ନୂଆ କଥା ନୁହେଁ। ଜାଗା ମିଶନ୍‌ ଅନ୍ତର୍ଗତ ସର୍ଭେ ପାଇଁ ମଧ୍ୟ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ତେବେ ଯଦି କିଛି ନିୟମ ଥାଏ ବିଏମ୍‌ସି ସେ ସବୁ ସମସ୍ତ ନିୟମ ପାଳନ କରିବା ସହ ଗାଇଡ୍‌ଲାଇନ୍‌ ଅନୁଯାୟୀ କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri