ପିଡବ୍ଲ୍ୟୁଡି ରାସ୍ତା ଖୋଳିବାକୁ ବିଏମ୍‌ସି ଦେଉଛି ଅନୁମତି

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନେକ ସମୟରେ ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଏପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ପ୍ଲାନିଂ ସହର ଆଜି ବିକୃତ ହେବାରେ ଲାଗିଛି। ଏବେ କେବୁଲ ତାର ଟାଣିବାକୁ ରାସ୍ତା ଖୋଳି ଏଠିସେଠି ଖୁଣ୍ଟ ପୋତାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି। ଲୋକେ ବିରୋଧ କରିବାରୁ କାମ କରୁଥିବା ଠିକାଦାର ଓ କର୍ମଚାରୀ ବିଏମ୍‌ସି ଅନୁମତିପତ୍ର ଦେଖାଇ କିଛି ଶୁଣୁ ନ ଥିବାରୁ ଅନେକ ସ୍ଥାନରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, ବିଏମ୍‌ସିର ଓ୍ବାର୍ଡ ନଂ.୧୪ ଅନ୍ତର୍ଗତ ନୀଳାଦ୍ରି ବିହାର ସେକ୍ଟର-୫ ଲେନ୍‌-୧ରୁ ଲେନ୍‌-୭ ପର୍ଯ୍ୟନ୍ତ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ଓ୍ବର୍କ୍‌ ପକ୍ଷରୁ ରାସ୍ତା ଖୋଳାଯାଇ ସ୍ବତନ୍ତ୍ର ଖୁଣ୍ଟ ପୋତା ଯାଉଛି। ମୋଟ୍‌ ୮ହଜାର ୯୨୨ଟି ଖୁଣ୍ଟ ପୋତିବା ପାଇଁ ଏୟାରଟେଲ୍‌ କର୍ତ୍ତୃପକ୍ଷ ବିଏମ୍‌ସିଠାରୁ ଅନୁମତି ଆଣିବା ସହ ଲାଇସେନ୍ସ ବାବଦକୁ ୨୨ଲକ୍ଷ ୩୦ହଜାର ୫ଶହ ଟଙ୍କା ଦେଇଥିବା କାମ କରୁଥିବା ଠିକାଦାର କାଗଜପତ୍ର ଦେଖାଉଛନ୍ତି। ତେବେ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳ ରାସ୍ତାକୁ ୨୦୧୩ରୁ ପିଡବ୍ଲ୍ୟୁଡିକୁ ହସ୍ତାନ୍ତର କରିଛି ବିଏମ୍‌ସି। ତେଣୁ ପିଡବ୍ଲ୍ୟୁଡି ରାସ୍ତା ଉପରେ ଖୁଣ୍ଟ ପୋତିବାକୁ ବିଏମ୍‌ସି କିପରି ଅନୁମତି ଦେଲା ଏବଂ ଲାଇସେନ୍ସ ପାଇଁ ଟଙ୍କା ନେଲା, ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଦୀର୍ଘଦିନ ଧରି ଏପରି ଅବରୋଧ ଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଲୋକଙ୍କ ଯାତାୟାତରେ ମଧ୍ୟ ଅସୁବିଧା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି, ବେଆଇନ ଭାବେ ଏଭଳି କାର୍ଯ୍ୟ କରାଯାଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଫଳରେ ସହରର ବିଭିନ୍ନ ଆବାସିକ ଅଞ୍ଚଳରେ ଏଭଳି ପରସ୍ଥିତି ସୃଷ୍ଟି ହେଉଛି। ଏହି ଘଟଣାର ବିରୋଧ କରି ୧୬ଜଣଙ୍କ ଦସ୍ତଖତ ସମ୍ବଳିତ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ କାମ ବନ୍ଦ କରା ନ ଗଲେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।
ଏ ସମ୍ପର୍କରେ ଏୟାରଟେଲ୍‌ର ଅଧିକାରୀ ଲଲିତ୍‌ କୁମାର ସାହା କହିଛନ୍ତି, ବିଏମ୍‌ସି ଆମକୁ ଏଥିପାଇଁ ଅନୁମତି ଦେଇଛନ୍ତି। ସମସ୍ତ ରାସ୍ତା ସରକାରଙ୍କର। ପିଡବ୍ଲ୍ୟୁଡି ପକ୍ଷରୁ ଏନେଇ ଆପତ୍ତି କରାଯାଇଛି। ତେବେ ସଂସ୍ଥାର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛୁ। ସେହିପରି ପିଡବ୍ଲ୍ୟୁଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜୁ ଜେନା କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ କାମ ବନ୍ଦ କରାଯାଇଛି। ବିଏମ୍‌ସି ଅନୁମତି ଦେଇଛି ବୋଲି ସଂସ୍ଥାର ଅଧିକାରୀମାନେ କହିଛନ୍ତି। ତେବେ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ସେମାନେ କାଗଜପତ୍ର ଦେବା ପରେ ବିଏମ୍‌ସିକୁ ଚିଠି କରାଯିବ। କେବଳ ରୋଡ୍‌ର ମେଣ୍ଟେନାନ୍ସ ଆମ ପାଖରେ ଅଛି, ବାକିସବୁ ବିଏମ୍‌ସିର। ଅପରପକ୍ଷେ ବିଏମ୍‌ସି ଡେପୁଟି କମିଶନର (ରେଭିନ୍ୟୁ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ପିଡବ୍ଲ୍ୟୁଡି ଅଣ୍ଡରରେ ଆସିଲେ ବି ମହାନଗର ନିଗମାଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ହେଲେ ବିଏମ୍‌ସିର ଅନୁମତି ଆବଶ୍ୟକ। କାରଣ ବିଏମ୍‌ସି ହେଉଛି ଅଥରିଟି। ତେଣୁ ଖୁଣ୍ଟ ପୋତିବା ନେଇ ପିଡବ୍ଲ୍ୟୁଡି ଜାଣିବାର କୌଣସି ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri