ସପ୍ତାହକ ମଧ୍ୟରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମ୍‌ସିକୁ ମିଳିଲା ଅନୁମତି

ଭୁବନେଶ୍ୱର, ୮।୧ (ବନ୍ଦନା ସେଠୀ): ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ସୋମବାର ହାଇକୋର୍ଟ ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ଏବିସି କାର୍ଯ୍ୟକ୍ରମ ଠିକ୍‌ ତଥା ସୁରକ୍ଷିତ ଭାବେ ହେଉ ନ ଥିବା ଅଭିଯୋଗ କରି ଆଇନଜୀବୀ ବିଶ୍ୱଜିତ୍‌ ପ୍ରଧାନ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ତେବେ ସହରରେ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମ୍‌ସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା।

ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ପୁଣିଥରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ଅସ୍ତ୍ରୋପଚାର ପାଇଁ ଚୁକ୍ତି କରିଥିବା ମହାରାଷ୍ଟ୍ରର ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’ ସହିତ ବିଏମ୍‌ସି ପକ୍ଷରୁ ଯୋଗାଯୋଗ କରାଯାଇଛି। ଆସନ୍ତା ୨/୩ଦିନ ମଧ୍ୟରେ କର୍ମଚାରୀଙ୍କ ସହ ଭୁବନେଶ୍ୱର ଆସିବାକୁ କୁହାଯିବା ସହ ସପ୍ତାହେ ଭିତରେ କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ୫ମାସରୁ ଅଧିକ ସମୟ ଧରି କାର୍ଯ୍ୟ ବନ୍ଦ ଥିବାରୁ ସଂସ୍ଥାର କର୍ମଚାରୀମାନେ ନିଜ ଘରକୁ ପଳାଇଛନ୍ତି। ତେଣୁ କର୍ମଚାରୀମାନେ ଆସିବାକୁ ପ୍ରାୟ ୧ ସପ୍ତାହ ଲାଗିଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଅନୁମତି ମିଳିବା ପରେ ବିଏମ୍‌ସିର ଏହି ସଜବାଜ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ଓ ଉପଦ୍ରବରେ ରୋକ୍‌ ଲାଗିବା ନେଇ ଆଶା ଦେଖାଦେଇଛି।

ହାଇକୋର୍ଟରେ ମାମଲା ଦାଏର ହେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିଯୋଗ ବାବଦରେ ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଅଗଷ୍ଟ ୩୧ ପର୍ଯ୍ୟନ୍ତ କୁକୁର ଅସ୍ତ୍ରୋପଚାର ବନ୍ଦ ରଖିବାକୁ କୁହାଯାଇଥିଲା। ମାତ୍ର ଏନେଇ ବିଭାଗ ନୀରବତା ଅବଲମ୍ବନ କରିବା ସହ କୌଣସି ରିପୋର୍ଟ ଦାଖଲ ନ କରିବାରୁ ସେପ୍ଟେମ୍ବର ୩୦ ଏବଂ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରୋପଚାର ଉପରେ ଷ୍ଟେ’ ବଳବତ୍ତର ରହିଥିଲା। ତେବେ କୁକୁରଙ୍କ ଦୌରାତ୍ମ୍ୟକୁ ନେଇ ସହରବାସୀଙ୍କ ଅସନ୍ତୋଷ ବଢିବାକୁ ନଭେମ୍ବରରେ ବିଏମ୍‌ସି ନିଜଆଡୁ ପକ୍ଷ ରଖି ମାମଲାରେ ହସ୍ତକ୍ଷେପ କରିଥିଲା।

ଯେଉଁଭଳି ଭାବେ କୁକୁରଙ୍କ ବଂଶ ବୃଦ୍ଧି ଘଟିଛି ତାକୁ ନିୟନ୍ତ୍ରଣକୁ ଆଣିବା ଏବେ ବିଏମ୍‌ସି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆଶଙ୍କା କରାଯାଉଛି। ଆକଳନ ଅନୁଯାୟୀ, ୬ମାସ ତଳେ କୁକୁରଙ୍କ ସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ଡେଇଁଥିବା ସୂଚନା ମିଳିଛି। ହେଲେ ଏହାର ପ୍ରକୃତ ତଥ୍ୟ ବିଏମ୍‌ସି ଅଧିକାରୀଙ୍କ ପାଖରେ ନାହିଁ। ହାଇକୋର୍ଟଙ୍କ ରୋକ୍‌ ପୂର୍ବରୁ ବିଏମ୍‌ସି ପ୍ରାୟ ୨୮ହଜାର କୁକୁରଙ୍କ ବନ୍ଧ୍ୟାକରଣ କରିଥିବା ସୂଚନା ଦେଇଥିଲା। ତେବେ ଅସ୍ତ୍ରୋପଚାର ବନ୍ଦ ଯୋଗୁ କୁକୁର ବଂଶ ଦ୍ରୁତଗତିରେ ବଢିଥିବାରୁ ବିଏମ୍‌ସିର ଅର୍ଥ ପାଣିରେ ପଡିଥିଲା।

ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ପ୍ରଥମଥର ଗ୍ଲୋବାଲ ଟେଣ୍ଡର ଜରିଆରେ ‘ଭେଟ୍‌ ଫର୍‌ ଆନିମଲ୍‌’ ସଂସ୍ଥା ସହିତ ଚୁକ୍ତି କରିଥିଲା। ଏଥିପାଇଁ କୁକୁର ପିଛା ସଂସ୍ଥାକୁ ୧୬୫୦ ଟଙ୍କା ପ୍ରଦାନ କରାଯାଉଥିଲା। ଏଥିରେ କୁକୁରଙ୍କୁ ହସ୍ପିଟାଲକୁ ଆଣିବାଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଔଷଧ, ଆଣ୍ଟି ରାବିଜ୍‌ ଡୋଜ୍‌ ଏବଂ ସେମାନଙ୍କୁ ନେଇ ସମ୍ପୃକ୍ତ ସ୍ଥାନରେ ଛାଡିବା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ଥିଲା। ସମ୍ପୃକ୍ତ ସଂସ୍ଥା ନଭେମ୍ବର ୧୬ରୁ ଜୁଲାଇ ୧୦ ମଧ୍ୟରେ ୪ହଜାର ୭୦ଟି କୁକୁରଙ୍କ ଅସ୍ତ୍ରୋପଚାର କରିଥିଲା। ୨ମାସ ଧରି ଅପେକ୍ଷା କରିବା ପରେ ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବା ସଂସ୍ଥା ପକ୍ଷରେ ଅସମ୍ଭବ ହୋଇପଡିବାରୁ ସଂସ୍ଥାର ମୁଖ୍ୟ ଓ କର୍ମଚାରୀମାନେ ମହାରାଷ୍ଟ୍ର ଫେରିଯାଇଥିଲେ। ଅପରପକ୍ଷେ ହାଇକୋର୍ଟଙ୍କ ରୋକ୍‌ ପରଠାରୁ ମଞ୍ଚେଶ୍ୱରରେ ପ୍ରସ୍ତୁତ ହେଉଥିବା କୁକୁରଙ୍କ ହସ୍ପିଟାଲ କାମ ଧିମେଇ ଯାଇଛି। ୨୦୨୩ ମେ’ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଥିବା ପ୍ରଥମେ ବିଏମସି ଅଧିକାରୀ କହିଥିଲେ। ମାତ୍ର ନିର୍ଦ୍ଧାରିତ ସମୟର ୮ମାସ ପରେ ବି କାମ ସରିନି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ତୁରନ୍ତ ହସ୍ପିଟାଲ ଉଦ୍‌ଘାଟନ କରାଯାଇ ଫୁଲ୍‌ ଫେଜ୍‌ରେ କାମ ଆରମ୍ଭ କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri