ଜେଲରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ

ବ୍ରହ୍ମପୁର ଅଫିସ,୧୮ା୫: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଡୁଡୁମା କଲୋନୀ ନିକଟ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଗତ ୬ ତାରିଖ ରାତିରେ ବସ୍‌ ହକର ସନାତନ ଚୌଧୁରୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ସମେତ ୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ନିମଖଣ୍ଡିପେଣ୍ଠର ପ୍ରଶାନ୍ତ ସାହୁ, ଭୁବନେଶ୍ୱର ବରମୁଣ୍ଡା ଢିପସାହିର ପ୍ରକାଶ ଖଟୁଆ, ଗୋପାଳପୁର ଥାନା ଭେଙ୍କଟରାୟପୁରର ଶିବ ନାୟକ, ବଡ଼ବଜାର ପ୍ରହଲ୍ଲାଦନଗର ପ୍ରଥମ ଗଳିର କାଳିଆ ସାହୁ, ଲକ୍ଷ୍ମୀନୃସିଂହ ସାହି ୪ର୍ଥ ଗଳିର ରାମ ରାଉଳ ଏବଂ ଗୋଳନ୍ଥରା ଥାନା ବ୍ରାହ୍ମଣ ସାହିର ରାହୁଲ ପଣ୍ଡା। ଅଭିଯୁକ୍ତମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାତି ସହ ମୃତକଙ୍କ ବେକରୁ ଲୁଟ୍‌ ହୋଇଥିବା ୭୦ଗ୍ରାମର ଓଜନର ସୁନା ଚେନ୍‌, ୭ଟି ମୋବାଇଲ୍‌ ଫୋନ୍‌ ଏବଂ ଦୁଇଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ସନାତନଙ୍କୁ ହତ୍ୟା କରିବା ପାଇଁ ବ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ପ୍ରଦୀପ ସାହୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ପୋଲିସ ଜେରାରୁ ଜାଣିଛି। ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଡା.ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ସେ ଆହୁରି କହିଥିଲେ, ମୃତକଙ୍କ ୩ ସ୍ତ୍ରୀ ଥିଲେ। ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ଝିଅକୁ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତଙ୍କ ବଡ଼ଭାଇ ପ୍ରଦୀପ ଭଲ ପାଉଥିଲେ। ପ୍ରଦୀପ ଏକ ଅବକାରୀ ମାମଲାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ସେ ଭଲପାଉଥିବା ଝିଅର କୌଣସି କାରଣରୁ ମୃତ୍ୟୁ ହେବାରୁ ତାଙ୍କ ବାପା କୁଆଡ଼େ ଆଦୌ ଦୁଃଖ ପ୍ରକାଶ କରି ନ ଥିଲେ। ଏହା ଶୁଣି ପ୍ରଦୀପ ଉତ୍‌କ୍ଷିିପ୍ତ ହେବା ସହ ସନାତନଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ସାନଭାଇଙ୍କୁ ଜେଲକୁ ଡକାଇ କହିଥିଲେ। ପରେ ପ୍ରଶାନ୍ତ ନିଜ ସାଥୀମାନଙ୍କୁ ନେଇ ଯୋଜନା ପ୍ରସ୍ତୁତ କରିଥିଲା। ପୂର୍ବରୁ ପ୍ରଶାନ୍ତ ନାବାଳକ ଥିିବାବେଳେ ଏକ ଅପରାଧିକ ମାମଲାରେ ଧରାପଡ଼ି ବାଳସୁଧାର ଗୃହରେ ରହିଥିଲେ। ସେଠାରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ପ୍ରକାଶ ଖଟୁଆ ଓ ଅନ୍ୟ କିଛି ଅଭିଯୁକ୍ତଙ୍କ ସହ ତା’ର ବନ୍ଧୁତା ହୋଇଥିଲା। ପ୍ରଦୀପ ଜେଲରେ ଥିବାରୁ ସନାତନଙ୍କୁ ହତ୍ୟା ପାଇଁ ତାଙ୍କ ଭାଇ ପ୍ରଶାନ୍ତଙ୍କ ସାହାରା ନେଇଥିଲେ। ପ୍ରଶାନ୍ତ ତାଙ୍କ ସହଯୋଗୀ ମାନଙ୍କୁ ଡକାଇ ସନାତନଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ହତ୍ୟାକାଣ୍ଡର ପୂର୍ବଦିନ ଅର୍ଥାତ୍‌ ୫ତାରିଖରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖମାରୀଗାଁ ଯାଇ ଏକ କାତି କିଣିଥିଲେ। ପରେ ସନାତନଙ୍କ ଗତିବିଧି ନଜର ରଖୁଥିଲେ। ୬ ତାରିଖରେ ସେ ଘରକୁ ଫେରୁଥିବା ବେଳେ ପ୍ରଶାନ୍ତ ଓ ତା’ର ସାଥୀମାନେ ଅଟକାଇଥିଲେ। ପ୍ରଶାନ୍ତ ହିଁ କାତିରେ ସନାତନଙ୍କୁ ହାଣିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସେ ସୁନା ଚେନ ଝାମ୍ପି ନେଇଥିଲେ। ପରେ ସମସ୍ତ ଅଭିଯୁକ୍ତ ୨ଟି ବାଇକରେ ଫେରାର୍‌ ହୋଇଯାଇଥିଲେ। ପ୍ରଶାନ୍ତଙ୍କୁ ପୋଲିସ ଆନ୍ଧ୍ର-ଓଡ଼ିଶା ସୀମାରୁ ଧରିଥିବା ବେଳେ ପ୍ରକାଶଙ୍କୁ ଭୁବନେଶ୍ୱରରୁ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଆଖାପଖ ଅଞ୍ଚଳରୁ କାବୁ କରାଯାଇଥିଲା। ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି, ଇନ୍ସପେକ୍ଟର ସୌଭାଗ୍ୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri