ଭୁବନେଶ୍ୱରର ବ୍ଳୁ ହୁଇଲ୍‌ ହସ୍ପିଟାଲ୍‌ ସିଲ୍‌

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ବୁଧବାର ସିଲ୍‌ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରିଦିଆଯାଇଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ମଙ୍ଗଳବାର ହସ୍ପିଟାଲ୍‌ରୁ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।