ଏସ୍‌ସିବିରେ ରକ୍ତ ପାଇଁ ମଗାଯାଉଛି ଟଙ୍କା

କଟକ,୨୮।୬(ଶିଳ୍ପା ପ୍ରିୟଦର୍ଶିନୀ): ଚିକିତ୍ସା କ୍ଷେତ୍ରରେ ଇତିହାସ ରଚୁଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସ୍‌ସିବି)ର ବିକଳ ଚିତ୍ର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ଏସ୍‌ସିବି ରକ୍ତ ଭଣ୍ଡାରରେ ରକ୍ତ ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଉଛି। ନିୟମ ଅନୁଯାୟୀ, ରକ୍ତ ଭଣ୍ଡାରରେ ରକ୍ତ ବଦଳାଇ ରକ୍ତ ନେଇହେବ। କିନ୍ତୁ ଏଥିପାଇଁ ରକ୍ତଭଣ୍ଡାରର କର୍ମଚାରୀମାନେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ରକ୍ତ ମିଳିବ ନାହିଁ ବୋଲି କହୁଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିକଳ୍ପ ନ ପାଇ ରକ୍ତଦାତା ଯୋଗାଡ଼ କରିବା ନିମନ୍ତେ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କୁ ଚିନ୍ତାରେ ପକାଉଛି। କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଆଣିଛନ୍ତି।
ମେଡିିକାଲର ହେମାଟୋଲୋଜି ବିଭାଗରେ ଆଜିକୁ ୭ଦିନ ହେବ ଭର୍ତ୍ତି ହୋଇଛନ୍ତି ସମ୍ବଲପୁର ଜିଲା ଚକଳିଆବାହାଳ ଅଞ୍ଚଳର ସୁନିତା ଖାର୍‌ସେଲ୍‌(୮)। ଗୁରୁତର ଅସୁସ୍ଥ ହେବାରୁ ସମ୍ବଲପୁର ଜିଲା ମୁଖ୍ୟ ଚିକିିତ୍ସାଳୟରୁ ସୁନିତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁନିତାଙ୍କୁ ତିନୋଟି ଲେଖାଏ ରକ୍ତ ନେବାର ଆବଶ୍ୟକତା ରହିଛି। ରକ୍ତ ପାଇଁ ଏସ୍‌ସିବି ରକ୍ତଭଣ୍ଡାରକୁ ସୁନିତାଙ୍କ ବାପା ଦୁର୍ଯ୍ୟୋଧନ ଖାର୍‌ସେଲ୍‌ ଯାଇଥିବାବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ରକ୍ତଦାତା ଖୋଜିଦେବେ କହି ୩ ହଜାର ଟଙ୍କା ମାଗିବା ସହ ଅଧିକ ଗୋଟିଏ ରକ୍ତ ମଧ୍ୟ ଯୋଗାଡ଼ କରିଦେବେ ବୋଲି କହିଥିଲେ। ଫଳରେ ଦୁର୍ଯ୍ୟୋଧନ ଟଙ୍କା ଦେଇଥିଲେ। ଏହାପରେ ତାଙ୍କୁ ରକ୍ତ ଯୋଗାଇ ଦିଆଯାଇଛି। ଏନେଇ ଦୁର୍ଯ୍ୟୋଧନ ଅଭିଯୋଗ କରିିଛନ୍ତି ଯେ, ଉତ୍ତମ ମାନର ଚିକିତ୍ସା ପାଇଁ ଝିଅକୁ ଏସ୍‌ସିବି ମେଡିିକାଲକୁ ଆଣିଛି। କିନ୍ତୁ ଚିକିତ୍ସା ନାଁରେ ଏଠାରେ କର୍ମଚାରୀ ଓ ସୁରକ୍ଷାକର୍ମୀ ଟଙ୍କା ଲୁଟୁଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେଉଛନ୍ତି। ମେଡିିକାଲରେ ବହୁ ଅବ୍ୟବସ୍ଥା ରହିଛି। ଟଙ୍କା ଦେଇ ଦୁଇଥର ରକ୍ତ ପାଇଛି। ଏବେ କିନ୍ତୁ ଆଉ ଗୋଟିଏ ରକ୍ତ ଆବଶ୍ୟକ ପଡୁଛି। ଯଦି ରକ୍ତଦାତା ଖୋଜି ନ ପାଇବି ତେବେ ପୁଣିଥରେ ସମ୍ପୃକ୍ତ କର୍ମଚାରୀଙ୍କୁ ଟଙ୍କା ଦେବାକୁ ପଡ଼ିବ। କାରଣ ମୋ ଝିଅର ଜୀବନ ମୂଲ୍ୟବାନ। ଟଙ୍କା ଦେବାରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନି କି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିନି, ନଚେତ୍‌ ମେଡିିକାଲରେ ବହୁତ ଖରାପ ବ୍ୟବହାର କରାଯାଉଛି। ମେଡିିକାଲ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖିବା ଉଚିତ। ଫଳରେ ସେମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଏଭଳି ଲୁଟିବା ବନ୍ଦ ହେବ ବୋଲି ଖାର୍‌ସେଲ୍‌ କ୍ଷୋଭର ସହ କହିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଏସ୍‌ସିବି ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଅନୁଯାୟୀ, ସମସ୍ୟାରେ ଛନ୍ଦି ହୋଇଯାଉଛି ଏସ୍‌ସିବି ମେଡିକାଲ। ଦିନକୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ରକ୍ତ ଆବଶ୍ୟକ କରୁଥିବା ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତ ନେବାକୁ ହେଲେ ଦାତା ଯୋଗାଡ଼ କରିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ରକ୍ତଦାତା ନ ମିଳିଲେ ରୋଗୀଙ୍କ ସମ୍ପର୍କୀୟ ଡହଳବିକଳ ହେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରକ୍ତଭଣ୍ଡାରରେ ନିୟୋଜିତ ଥିବା କର୍ମଚାରୀ। ଏଭଳି ଶିକାର ହୋଇଛନ୍ତି ଖାର୍‌ସେଲ୍‌। ଚାରିଦିନ ତଳେ ପ୍ରଥମ ପର୍ଯ୍ୟାୟରେ ସେ ରକ୍ତଭଣ୍ଡାରରେ ରକ୍ତ ପାଇଁ ଟୋକନ କାଟିବା ସମୟରେ ତାଙ୍କୁ କର୍ମଚାରୀ ରକ୍ତଦାତା ଆଣିବାକୁ କହିଥିଲେ। ହେଲେ ରକ୍ତଦାତା ନ ଥିବାରୁ ସେ ନିରାଶ ହୋଇ ଫେରିବାବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ୩ହଜାର ଟଙ୍କା ଦେଲେ ରକ୍ତଦାତା ମିଳିପାରିବେ ବୋଲି କହିଥିଲେ। ଦୁର୍ଯ୍ୟୋଧନ ଦୁଇଟି ପର୍ଯ୍ୟାୟରେ ୬ହଜାର ଟଙ୍କା ଦେବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ରକ୍ତଦାତା ଯୋଗାଡ଼ କରିଥିଲେ। କିନ୍ତୁ ଏବେ ଆହୁରି ରକ୍ତ ଆବଶ୍ୟକ ଥିବାବେଳେ ଦୁର୍ଯ୍ୟୋଧନ କେଉଁଠୁ ରକ୍ତଦାତା ଓ ଟଙ୍କା ଯୋଗାଡ଼ କରିବେ ଏବେ ସେଇ ଚିନ୍ତା ତାଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri