ଏସ୍‌ସିବିରେ ରକ୍ତ ପାଇଁ ମଗାଯାଉଛି ଟଙ୍କା

କଟକ,୨୮।୬(ଶିଳ୍ପା ପ୍ରିୟଦର୍ଶିନୀ): ଚିକିତ୍ସା କ୍ଷେତ୍ରରେ ଇତିହାସ ରଚୁଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସ୍‌ସିବି)ର ବିକଳ ଚିତ୍ର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ଏସ୍‌ସିବି ରକ୍ତ ଭଣ୍ଡାରରେ ରକ୍ତ ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଉଛି। ନିୟମ ଅନୁଯାୟୀ, ରକ୍ତ ଭଣ୍ଡାରରେ ରକ୍ତ ବଦଳାଇ ରକ୍ତ ନେଇହେବ। କିନ୍ତୁ ଏଥିପାଇଁ ରକ୍ତଭଣ୍ଡାରର କର୍ମଚାରୀମାନେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ରକ୍ତ ମିଳିବ ନାହିଁ ବୋଲି କହୁଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିକଳ୍ପ ନ ପାଇ ରକ୍ତଦାତା ଯୋଗାଡ଼ କରିବା ନିମନ୍ତେ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କୁ ଚିନ୍ତାରେ ପକାଉଛି। କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଆଣିଛନ୍ତି।
ମେଡିିକାଲର ହେମାଟୋଲୋଜି ବିଭାଗରେ ଆଜିକୁ ୭ଦିନ ହେବ ଭର୍ତ୍ତି ହୋଇଛନ୍ତି ସମ୍ବଲପୁର ଜିଲା ଚକଳିଆବାହାଳ ଅଞ୍ଚଳର ସୁନିତା ଖାର୍‌ସେଲ୍‌(୮)। ଗୁରୁତର ଅସୁସ୍ଥ ହେବାରୁ ସମ୍ବଲପୁର ଜିଲା ମୁଖ୍ୟ ଚିକିିତ୍ସାଳୟରୁ ସୁନିତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁନିତାଙ୍କୁ ତିନୋଟି ଲେଖାଏ ରକ୍ତ ନେବାର ଆବଶ୍ୟକତା ରହିଛି। ରକ୍ତ ପାଇଁ ଏସ୍‌ସିବି ରକ୍ତଭଣ୍ଡାରକୁ ସୁନିତାଙ୍କ ବାପା ଦୁର୍ଯ୍ୟୋଧନ ଖାର୍‌ସେଲ୍‌ ଯାଇଥିବାବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ରକ୍ତଦାତା ଖୋଜିଦେବେ କହି ୩ ହଜାର ଟଙ୍କା ମାଗିବା ସହ ଅଧିକ ଗୋଟିଏ ରକ୍ତ ମଧ୍ୟ ଯୋଗାଡ଼ କରିଦେବେ ବୋଲି କହିଥିଲେ। ଫଳରେ ଦୁର୍ଯ୍ୟୋଧନ ଟଙ୍କା ଦେଇଥିଲେ। ଏହାପରେ ତାଙ୍କୁ ରକ୍ତ ଯୋଗାଇ ଦିଆଯାଇଛି। ଏନେଇ ଦୁର୍ଯ୍ୟୋଧନ ଅଭିଯୋଗ କରିିଛନ୍ତି ଯେ, ଉତ୍ତମ ମାନର ଚିକିତ୍ସା ପାଇଁ ଝିଅକୁ ଏସ୍‌ସିବି ମେଡିିକାଲକୁ ଆଣିଛି। କିନ୍ତୁ ଚିକିତ୍ସା ନାଁରେ ଏଠାରେ କର୍ମଚାରୀ ଓ ସୁରକ୍ଷାକର୍ମୀ ଟଙ୍କା ଲୁଟୁଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେଉଛନ୍ତି। ମେଡିିକାଲରେ ବହୁ ଅବ୍ୟବସ୍ଥା ରହିଛି। ଟଙ୍କା ଦେଇ ଦୁଇଥର ରକ୍ତ ପାଇଛି। ଏବେ କିନ୍ତୁ ଆଉ ଗୋଟିଏ ରକ୍ତ ଆବଶ୍ୟକ ପଡୁଛି। ଯଦି ରକ୍ତଦାତା ଖୋଜି ନ ପାଇବି ତେବେ ପୁଣିଥରେ ସମ୍ପୃକ୍ତ କର୍ମଚାରୀଙ୍କୁ ଟଙ୍କା ଦେବାକୁ ପଡ଼ିବ। କାରଣ ମୋ ଝିଅର ଜୀବନ ମୂଲ୍ୟବାନ। ଟଙ୍କା ଦେବାରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନି କି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିନି, ନଚେତ୍‌ ମେଡିିକାଲରେ ବହୁତ ଖରାପ ବ୍ୟବହାର କରାଯାଉଛି। ମେଡିିକାଲ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖିବା ଉଚିତ। ଫଳରେ ସେମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଏଭଳି ଲୁଟିବା ବନ୍ଦ ହେବ ବୋଲି ଖାର୍‌ସେଲ୍‌ କ୍ଷୋଭର ସହ କହିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଏସ୍‌ସିବି ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଅନୁଯାୟୀ, ସମସ୍ୟାରେ ଛନ୍ଦି ହୋଇଯାଉଛି ଏସ୍‌ସିବି ମେଡିକାଲ। ଦିନକୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ରକ୍ତ ଆବଶ୍ୟକ କରୁଥିବା ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତ ନେବାକୁ ହେଲେ ଦାତା ଯୋଗାଡ଼ କରିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ରକ୍ତଦାତା ନ ମିଳିଲେ ରୋଗୀଙ୍କ ସମ୍ପର୍କୀୟ ଡହଳବିକଳ ହେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରକ୍ତଭଣ୍ଡାରରେ ନିୟୋଜିତ ଥିବା କର୍ମଚାରୀ। ଏଭଳି ଶିକାର ହୋଇଛନ୍ତି ଖାର୍‌ସେଲ୍‌। ଚାରିଦିନ ତଳେ ପ୍ରଥମ ପର୍ଯ୍ୟାୟରେ ସେ ରକ୍ତଭଣ୍ଡାରରେ ରକ୍ତ ପାଇଁ ଟୋକନ କାଟିବା ସମୟରେ ତାଙ୍କୁ କର୍ମଚାରୀ ରକ୍ତଦାତା ଆଣିବାକୁ କହିଥିଲେ। ହେଲେ ରକ୍ତଦାତା ନ ଥିବାରୁ ସେ ନିରାଶ ହୋଇ ଫେରିବାବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ୩ହଜାର ଟଙ୍କା ଦେଲେ ରକ୍ତଦାତା ମିଳିପାରିବେ ବୋଲି କହିଥିଲେ। ଦୁର୍ଯ୍ୟୋଧନ ଦୁଇଟି ପର୍ଯ୍ୟାୟରେ ୬ହଜାର ଟଙ୍କା ଦେବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ରକ୍ତଦାତା ଯୋଗାଡ଼ କରିଥିଲେ। କିନ୍ତୁ ଏବେ ଆହୁରି ରକ୍ତ ଆବଶ୍ୟକ ଥିବାବେଳେ ଦୁର୍ଯ୍ୟୋଧନ କେଉଁଠୁ ରକ୍ତଦାତା ଓ ଟଙ୍କା ଯୋଗାଡ଼ କରିବେ ଏବେ ସେଇ ଚିନ୍ତା ତାଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri