ବିଜୁଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ବରୀ,୧୮।୪:(ଡି.ଏନ.ଏ.) ବିଜୁ ପଟ୍ଟାନାୟକଙ୍କ ପୂଣ୍ୟତିଥିରେ ବରୀ ବ୍ଲକ୍‌ ଅଧୀନ ଅଟିରା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରୀ ବିଧାୟିକା ସୁନନ୍ଦା ଦାସ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ରେବତୀ ଜେନା, କୈଳାସ ମଲ୍ଲିକ, ଚପଳା ମଲ୍ଲ, ହରପ୍ରିୟା ସାହୁ, ମାନସ ଜେନା, ସସ୍ମିତା କୁଣ୍ଡୁ, ରଶ୍ମିତା ପରିଡା, ବ୍ଲକ୍‌ ସଭାପତି କେଦାର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଆର୍ତ୍ତବନ୍ଧୁ ସାମଲ, ପର୍ଶୁରାମ ଜେନା, ଦୁଷ୍ମନ୍ତ ସେଠୀ, ଗଙ୍ଗାଧର ପଢିହାରୀ, ବିରେନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର, ଜୀବନ ବନ୍ଧୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ଇଂ. ବିମଳ ଚନ୍ଦ୍ର ଦାସ ପରିଚାଳନା କରିଥିଲେ।