ବ୍ଲକ୍‌ ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ

ତେଲକୋଇ,୨୨ା୧୧(ଡି.ଏନ.ଏ): ରାଜ୍ୟ ସରକାର ‘୫-ଟି’ ଜରିଆରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରୁଛନ୍ତି। କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ଏକ ପ୍ରକାର ବିଫଳ ହେଉଛି। ଠିକାଦାରଙ୍କ ସହ ମିଶି ଅନିୟମିତତାକୁ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମ୍ନମାନର ହେଉଛି। କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ସମ୍ମୁଖ ପାଖ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପାଚେରି ନିର୍ମାଣରେ ଦୁର୍ନୀତିର ଗନ୍ଧ ବାରି ହେଉଛି।
ସୂଚନାଯୋଗ୍ୟ, ବ୍ଲକ୍‌ କାର୍ଯ୍ୟାଳୟର ସମ୍ମୁଖ ଭାଗରେ ପାଚେରି କାମ ଚାଲିଛି। ଏହା କେତେ ଟଙ୍କାର ପ୍ରକଳ୍ପ, ଲମ୍ବା ଉଚ୍ଚତା କେତେ? ନିର୍ମାଣ ସ୍ଥଳରେ କୌଣସି ସୂଚନାଫଳକ ନ ଥିବାରୁ କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି। ଅନ୍ୟପକ୍ଷେ ପାଚେରି କାର୍ଯ୍ୟ କରୁଥିବା ଠିକାଦାର ପାଚେରିରୁ ବାହାରୁଥିବା ଭଲ ଇଟାକୁ ନେଇଯାଉଛନ୍ତି। ଯାହାକି ନୂତନ ଇଟାଠାରୁ ବହୁ ମଜଭୁତ୍‌। ଏହାକୁ ନେଇ ବାହାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଘଟଣାରେ ବ୍ଲକ୍‌ ପ୍ରଶାସନ ଚୁପ୍‌ରହିବା ଅର୍ଥ ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ବୋଲି ସ୍ଥାନୀୟ ନାଏବ ସରପଞ୍ଚ ଶୁକେସିନି ପାତ୍ର କହିଛନ୍ତି। ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ପାଇଁ ୯ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ପ୍ରକାଶ କରିଥିଲେ। କିନ୍ତୁ ସୂଚନା ଫଳକ ଓ ଇଟା ନେବା ସମ୍ପର୍କରେ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri