କାର୍ତ୍ତିକଙ୍କ ପ୍ରଥମ ଅନସ୍କ୍ରିନ କିସିଂ ସିନ ଦେଖି କାନ୍ଦି ପକାଇଥିଲେ ମାଆ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପପୁଲାରିଟି ପାଇଁ ତାଙ୍କ ରୋମାଣ୍ଟିକ ଅବତାର ବେଶ ଦାୟୀ ବୋଲି କୁହାଯାଏ । ଏବେ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ରେ ବି ସେ କିଆରାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଏଥିରେ ଉଭୟଙ୍କର ଏକ କିସିଂ ସିନ ବି ରହିଛି ।
କାର୍ତ୍ତିକଙ୍କ କିସିଂ ସିନ ସହ ରୋମାଣ୍ଟିକ ମୋମେଣ୍ଟସକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ହେଲେ ନିଜେ ଅଭିନେତା ଅନସ୍କ୍ରିନ କିସିଂ ସିନ କରିବାକୁ ଟିକେ ସଙ୍କୋଚ ପ୍ରକାଶ କରିଥାଆନ୍ତି । କାରଣ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ସେ ନୁଶରତ ଭରୁଚାଙ୍କ ସହ ଏକ କିସିଂ ସିନ୍ ଦେଇଥିଲେ । ଯଦିଓ ଏହା ତାଙ୍କ ପାଇଁ ଏତେ ସହଜ ନ ଥିଲା ତଥାପି ସେ ଏହା କରିଥିଲେ । ହେଲେ ଏହାକୁ ନେଇ ତାଙ୍କ ଘରୁ ଏମିତି ରିଆକ୍ସନ ଆସିଥିଲା ଯାହାକୁ ନେଇ ଭୟ କରି ଯାଇଥିଲେ କାର୍ତ୍ତିକ । କାରଣ ଏହି ସିନ ଦେଖି ପ୍ରଥମେ ତାଙ୍କ ମାଆ କାନ୍ଦି ପକାଇଥିଲେ ଆଉ ତାଙ୍କ ଜେଜେମାଆଙ୍କୁ ଏହା ଆଦୌ ପସନ୍ଦ ନ ଥିଲା । ତେଣୁ ସେ ପୁଣିଥରେ ଅନସ୍କ୍ରିନ କିସିଂ କରିବାକୁ ପଛଘୁଞ୍ଚା ଦେଇଥିଲେ ।
ତାଙ୍କର ଦ୍ୱିତୀୟ ଫିଲ୍ମ ‘ଅକାଶବାଣୀ’ ସମୟରେ ସେ ଏକ ସାକ୍ଷାତକାରରେ କହିଥିଲେ ମୁଁ ପୁଅ ମୋତେ ଜଣାଅଛି କିସ୍ କେମିତି କରାଯାଏ । ହେଲେ ମୋ ମାଆ ଓ ଜେଜେମାଆଙ୍କୁ ଏହା ପସନ୍ଦ ନୁହେଁ । ତେଣୁ ‘ପ୍ୟାର କା ପଞ୍ଚନାମା’ରେ ଏକ ଲିପ ଲକ ସିନ୍ ଥିଲେ ବି ସେ ଲଭ(ରଞ୍ଜନ)ଙ୍କୁ ଏହା କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ଏମିତି ସିନ୍ ଦେଖିଲେ ମୋ ଜେଜେ ମାଆ ରାଗୁଛନ୍ତି ।
କାର୍ତ୍ତିକ ଏବେ ବଲିଉଡର ଜଣେ ୟଙ୍ଗ ଷ୍ଟାର । ଇଣ୍ଡଷ୍ଟି ତାଙ୍କ ଠାରୁ ବହୁତ କିଛି ଆଶା ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri