କର୍ଲାମୁଣ୍ଡା,୧୨ା୧୧(ପ୍ରଦୀପ କୁମାର ସାହୁ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ାସ୍ଥିତ ବାପୁଜୀ ମିନି ଷ୍ଟାଡିୟମରେ ବୁଧବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ରେ କର୍ଲାମୁଣ୍ଡା ବିଡିଓ ସୁଚରିତା ମୁଗ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ତହସିଲଦାର ଅରୁଣ ବର୍ଗେ, ଓମଫେଡ଼ ସାଧାରଣ ପ୍ରବନ୍ଧକ ରଜନୀ କାନ୍ତ ପଣ୍ଡା, ଭବାନୀପାଟଣା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାତ କୁମାର ପରିଡା,କର୍ଲାମୁଣ୍ଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କେଦାର ନାଥ ଖମାରୀ, ସହକାରୀ ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା, କଳାହାଣ୍ଡି ଅତିରିକ୍ତ ଜିଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ,ରିଷିଡା ସରପଞ୍ଚ ସେବତୀ ରଣା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ବିସ୍ତୃତ ଭାବେ ଆଲୋଚନା କରିବା ସହ ଯୋଜନା ର ଫାଇଦା ନେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇ ସଫଳତା ଅର୍ଜନ କରିଥିବା ମହିଳା ,ପୁରୁଷ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି ମେଳାରେ ବିଭିନ୍ନ ବିଭାଗରୁ ଷ୍ଟଲ ଲଗେଇବା ସହ ବ୍ଲକ ସଂସ୍କୃତିକ ସଂଘ ପକ୍ଷରୁ ନାଚ ଗୀତ ମାଧ୍ୟମରେ ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କାର୍ଲାପଡା ପ୍ରାଣୀ ଚିକିତ୍ସକ ସୁଦେଭି ଭଞ୍ଜ ସଂଯୋଜନା କରିଥିଲେ ଓ କେଦାର ନାଥ ଖମାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶକ୍ତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବ୍ଲକର ବିଭିନ୍ନ ଅଞ୍ଚଳରୁ ମହିଳାପୁରୁଷ ଚାଷୀମାନେ ଅଂଶ ଗ୍ରହଣ କରିଥିଲେ।

