ମହାନଦୀରେ ବ୍ଲାଷ୍ଟିଂ, ଆଶଙ୍କାରେ ମତ୍ସ୍ୟଜୀବୀ

ବୀରମହାରାଜପୁର,୨୮।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ମହାନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ କରାଯାଉଥିବା ବିଭିନ୍ନ ସମୟର ଅଭିଯୋଗ ହେଉଛି। ହେଲେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନାହିଁ। ଏହାର ପ୍ରତିବାଦ କରି ସୋମବାର ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଫେରାଦ ହୋଇ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବୀରମହାରାଜପୁର ଉପଖଣ୍ଡ ଅଧୀନ ଉଲୁଣ୍ଡା ବ୍ଲକର ଏସ.ପତ୍ରାପାଲି, ସିଣ୍ଢୋଲ, ଚଢେଇପଙ୍କ, ନିମ୍ନା, ପଞ୍ଚମହଲା, ମୁଣ୍ଡୋଘାଟ, ମହଦା ପଞ୍ଚାୟତ ସହିତ ବୀରମହାରାଜପୁର ବ୍ଲକର ଉଫୁଲା, ବାଗବର, ଜଟେସିଙ୍ଘା, ସୁବଳୟା, ପିତାମହୁଲ ଆଦି ପଞ୍ଚାୟତ ଅଧୀନ ଅନେକ ଗ୍ରାମର ମତ୍ସଜୀବୀ ଦୈନନ୍ଦିନ ମହାନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ ମାଛ ମାରିବା ପାଇଁ କେତେକ ବ୍ୟକ୍ତି ମହାନଦୀରେ ବ୍ଲାଷ୍ଟିଂ କରୁଛନ୍ତି। ଏଥିଯୋଗୁ ନଦୀରେ ମାଛ ବଂଶ ଲୋପ ପାଇବାରେ ଲାଗୁଛି। ବେଆଇନ ବ୍ଲାଷ୍ଟିଂ ଯୋଗୁଁ ସରକାର ମତ୍ସ ବିଭାଗ ଦ୍ବାରା ମହାନଦୀରେ ମାଛ ଉତ୍ପାଦନ ବୃଦ୍ଧି ସହ ମତ୍ସ୍ୟଜୀବୀଙ୍କୁ ଜୀବିକା ବୃଦ୍ଧି ନେଇ ଯେଉଁ ପ୍ରୟାସ କରୁଛନ୍ତି ତାହାର ଏହାର ପରିପନ୍ଥୀ ସଦୃଶ ହୋଇଛି। ବ୍ଲଷ୍ଟିଂ ଯୋଗୁ ମହାନଦୀ ଅବବାହିକାରେ ଥିବା ଗ୍ରାମବାସୀ ମଧ୍ୟ ଭୟଭୀତ ଥିବା ଦେଖାଯାଉଛି। ବ୍ଲାଷ୍ଟିଂକୁ ପ୍ରତିରୋଧ ସହିତ ବ୍ଲାଷ୍ଟିଂକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମତ୍ସ୍ୟଜୀବୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ହେଁ ସୁଫଳ ମିଳୁନାହିଁ। ସୋମବାର ବୀରମହାରାଜପୁରରେ ଚାଲିଥିବା ଜିଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୁବ କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟ ଲବକୁମାର ସାହୁ, ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁରଙ୍କ ସମେତ ବହୁ ନେତା ଓ କର୍ମୀ ବ୍ଲାଷ୍ଟିଂ ବନ୍ଦ ସହ ମତ୍ସଜୀବୀଙ୍କ ଜୀବିକା ଏବଂ ମହାନଦୀରେ ବିଭିନ୍ନ ପ୍ରଜାତିର ମାଛ ବଂଶ ବୃଦ୍ଧିରେ ସହାୟକ ପାଇଁ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri