ମହାନଦୀରେ ବ୍ଲାଷ୍ଟିଂ, ଆଶଙ୍କାରେ ମତ୍ସ୍ୟଜୀବୀ

ବୀରମହାରାଜପୁର,୨୮।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ମହାନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ କରାଯାଉଥିବା ବିଭିନ୍ନ ସମୟର ଅଭିଯୋଗ ହେଉଛି। ହେଲେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନାହିଁ। ଏହାର ପ୍ରତିବାଦ କରି ସୋମବାର ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଫେରାଦ ହୋଇ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବୀରମହାରାଜପୁର ଉପଖଣ୍ଡ ଅଧୀନ ଉଲୁଣ୍ଡା ବ୍ଲକର ଏସ.ପତ୍ରାପାଲି, ସିଣ୍ଢୋଲ, ଚଢେଇପଙ୍କ, ନିମ୍ନା, ପଞ୍ଚମହଲା, ମୁଣ୍ଡୋଘାଟ, ମହଦା ପଞ୍ଚାୟତ ସହିତ ବୀରମହାରାଜପୁର ବ୍ଲକର ଉଫୁଲା, ବାଗବର, ଜଟେସିଙ୍ଘା, ସୁବଳୟା, ପିତାମହୁଲ ଆଦି ପଞ୍ଚାୟତ ଅଧୀନ ଅନେକ ଗ୍ରାମର ମତ୍ସଜୀବୀ ଦୈନନ୍ଦିନ ମହାନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ ମାଛ ମାରିବା ପାଇଁ କେତେକ ବ୍ୟକ୍ତି ମହାନଦୀରେ ବ୍ଲାଷ୍ଟିଂ କରୁଛନ୍ତି। ଏଥିଯୋଗୁ ନଦୀରେ ମାଛ ବଂଶ ଲୋପ ପାଇବାରେ ଲାଗୁଛି। ବେଆଇନ ବ୍ଲାଷ୍ଟିଂ ଯୋଗୁଁ ସରକାର ମତ୍ସ ବିଭାଗ ଦ୍ବାରା ମହାନଦୀରେ ମାଛ ଉତ୍ପାଦନ ବୃଦ୍ଧି ସହ ମତ୍ସ୍ୟଜୀବୀଙ୍କୁ ଜୀବିକା ବୃଦ୍ଧି ନେଇ ଯେଉଁ ପ୍ରୟାସ କରୁଛନ୍ତି ତାହାର ଏହାର ପରିପନ୍ଥୀ ସଦୃଶ ହୋଇଛି। ବ୍ଲଷ୍ଟିଂ ଯୋଗୁ ମହାନଦୀ ଅବବାହିକାରେ ଥିବା ଗ୍ରାମବାସୀ ମଧ୍ୟ ଭୟଭୀତ ଥିବା ଦେଖାଯାଉଛି। ବ୍ଲାଷ୍ଟିଂକୁ ପ୍ରତିରୋଧ ସହିତ ବ୍ଲାଷ୍ଟିଂକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମତ୍ସ୍ୟଜୀବୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ହେଁ ସୁଫଳ ମିଳୁନାହିଁ। ସୋମବାର ବୀରମହାରାଜପୁରରେ ଚାଲିଥିବା ଜିଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୁବ କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟ ଲବକୁମାର ସାହୁ, ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁରଙ୍କ ସମେତ ବହୁ ନେତା ଓ କର୍ମୀ ବ୍ଲାଷ୍ଟିଂ ବନ୍ଦ ସହ ମତ୍ସଜୀବୀଙ୍କ ଜୀବିକା ଏବଂ ମହାନଦୀରେ ବିଭିନ୍ନ ପ୍ରଜାତିର ମାଛ ବଂଶ ବୃଦ୍ଧିରେ ସହାୟକ ପାଇଁ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri