Categories: ଜାତୀୟ

ସ୍ବର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, ୫ଗିରଫ

ଅମୃତସର,୧୧।୫: ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟରେ ବୁଧବାର ରାତି ୧୨ଟା ୧୫ରେ ୩ୟ ଥର ବିସ୍ଫୋରଣ ଘଟିଛି। ପଞ୍ଜାବର ପୋଲିସ କମିଶନର ନୈନିହାଲ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଞ୍ଜାବର ବାସିନ୍ଦା। ସେମାନେ ଲୋକାଲ ଟେରର୍‌ ନେଟଓ୍ବର୍କ ସହ ଜଡିତ ଅଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ଶାନ୍ତଶୃଙ୍ଖଳା ନଷ୍ଟ କରିବା। ସେ ଆହୁରି କହିଛନ୍ତି ଯେ, ଅନ୍ୟ ଏକ ସ୍ଥାନରେ ବିସ୍ଫୋରଣ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଘଟଣାସ୍ଥଳକୁ ପୋଲିସ୍‌ ସିଲ କରିଛି ଏବଂ ସେଠାକୁ ଫରେନ୍‌ସିକ୍‌ ଟିମ୍‌କୁ ପଠାଯାଇଛି।
ସୂଚନା ଅନୁଯାୟୀ, ବିସ୍ଫୋରଣ ଗୁରୁ ରାମଦାଦ ନିବାସଙ୍କ ଘର ପଛପଟେ ହୋଇଥିଲା। ବିସ୍ଫୋରଣରେ ଏକ୍ସପ୍ଲୋଏଡ୍‌ ବ୍ୟବହାର କରାଯାଇଥିଲା।

Share