ରିମାଣ୍ଡ ସରିଲା, ବିଷ ଗାଳିପାରିଲାନି ଇଡି

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଅବଧି ସୋମବାର ସରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ଗତ ଡିସେମ୍ବର ୬ ତାରିଖରୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଜେରା ଆରମ୍ଭ କରିଥିଲା। ତେବେ ଅର୍ଚ୍ଚନାଙ୍କୁ ଜେଲରୁ କୋର୍ଟକୁ ନେବା ସମୟରେ ଓ ରିମାଣ୍ଡରେ ଇଡି କାର୍ଯ୍ୟାଳୟକୁ ଅଣାଯିବାବେଳେ ସେ ବିସ୍ଫୋରକ ବୟାନ ଦେଇଥିଲେ। ‘ମୁଁ ମୁହଁ ଖୋଲିଲେ ରାଜ୍ୟ ଦୋହଲିଯିବ। ଇଡିକୁ ଅପେକ୍ଷା କରିଥିଲି, ଏବେ ମୁହଁ ଖୋଲିବାକୁ ସୁଯୋଗ ମିଳିବ। ମୋତେ ୩୦ ମିନିଟ୍‌ ଦିଆଯାଉ। ନେତା, ମନ୍ତ୍ରୀ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ସବୁ ପ୍ରମାଣ ଦେଖାଇଦେବି।’ ତେବେ ଆଶା କରାଯାଉଥିଲା ଇଡି ଆଗରେ ଅର୍ଚ୍ଚନା ତାଙ୍କ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ସାମ୍ରାଜ୍ୟରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ନାଁ କହି ବିଷ ଗାଳିଦେବେ। ହେଲେ ଇଡି ଜେରାରୁ ସେପରି କିଛି ବାହାରିଲା ନାହିଁ। ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ଗୁମର କିମ୍ବା ନୂଆ ତଥ୍ୟ ଇଡି ଅଧିକାରୀମାନେ ପାଇପାରିନାହନ୍ତି। ଅର୍ଚ୍ଚନା ମୁହଁ ଖୋଲୁ ନ ଥିବା ଓ ତଦନ୍ତରେ ସହଯୋଗ କରୁ ନ ଥିବା ଅଧିକାରୀମାନେ କହିଛନ୍ତି। ଇତି ମଧ୍ୟରେ ୭ଦିନ ସରିଯାଇଛି। ମଙ୍ଗଳବାର ଅର୍ଚ୍ଚନାଙ୍କୁ ଇଡି ନେଇ କୋର୍ଟରେ ହାଜର କରାଇବ। ଏହି ସମୟରେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ମଧ୍ୟ ଆବେଦନ କରାଯିବା ନେଇ ସୂଚନା ମିଳିଛି। ସେହିପରି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଇଡି ଆବେଦନ କରିବ। ନାଗ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା ହୋଇଥିବା ଜଣାପଡିଛି।
ଶ୍ରଦ୍ଧାଞ୍ଜଳିଙ୍କ ଏତଲା ଆଧାରରେ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଜଗବନ୍ଧୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଗତ ଡିସେମ୍ବର ୧ରେ ଜଗବନ୍ଧୁଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏଡିଜେ-୨ ଖାରଜ କରିଦେଇଥିଲେ।
ତେବେ ଗର୍ଜୁଥିବା ଅର୍ଚ୍ଚନା ଚୁପ୍‌ ରହିବାକୁ ନେଇ ନାନା ଆଲୋଚନା ଚାଲିଛି। ତାଙ୍କ ଉପରେ କୌଣସି ଅଦୃଶ୍ୟ ଚାପ ଥିବା କୁହାଯାଉଛି। ଅପରପକ୍ଷରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବା ପରେ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ମୁହାଁମୁହିଁ ଜେରା କରିବାକୁ ଯୋଜନା କରିଥିଲା ଇଡି। ହେଲେ ବାରମ୍ବାର ନୋଟିସ ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ଧରାଛୁଆଁ ଦେଉ ନ ଥିବାରୁ ସେ ଏବେ କେଉଁଠି ବୋଲି ଚର୍ଚ୍ଚା ଚାଲିଛି। ଇତିମଧ୍ୟରେ ଇଡି ୧୦ରୁ ଅଧିକ ଜଣଙ୍କୁ ଜେରା କରିଥିଲେ ମଧ୍ୟ ଏଯାଏ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାଙ୍କୁ ଜେରା କରି ନ ଥିବାରୁ ଆଉଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri