ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ ଏକ ମାମଲା(ନଂ. ୧୬/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ଫେରାର୍‌ ଅଛନ୍ତି। ଅଭିଯୁକ୍ତ ଜଣକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ମେ ୧୧ ତାରିଖରେ ଅଭିଯୁକ୍ତ ଜଣକ ନିଜ ୪ ଭାଇଙ୍କ ସହାୟତାରେ ଗ୍ରାମ ନିକଟରେ ଜଙ୍ଗଲକୁ ଯୁବତୀଙ୍କୁ ଟେକି ନେଇଥିଲେ। ସେଠାରେ ଅଭିଯୁକ୍ତଙ୍କ ସହ ତାଙ୍କର ଭାଇମାନେ ଯୁବତୀଙ୍କୁ ଟଣାଓଟରା, ମାରପିଟ କରିଥିଲେ। ପରେ ଅଭିଯୁକ୍ତ ଜବରଦସ୍ତ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ଅନ୍ୟ ଅଭିଯୁକ୍ତମାନେ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ପରେ ଯୁବତୀଙ୍କୁ ଉକ୍ତ ଭିଡିଓ ଦେଖାଇ ବ୍ଲାକମେଲ୍‌ କରି ଅଭିଯୁକ୍ତମାନେ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଏନେଇ ଯୁବତୀ ଜଣକ ପୋଲିସକୁ ଜଣାଇଥିଲେ। ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri