ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ ଏକ ମାମଲା(ନଂ. ୧୬/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ଫେରାର୍‌ ଅଛନ୍ତି। ଅଭିଯୁକ୍ତ ଜଣକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ମେ ୧୧ ତାରିଖରେ ଅଭିଯୁକ୍ତ ଜଣକ ନିଜ ୪ ଭାଇଙ୍କ ସହାୟତାରେ ଗ୍ରାମ ନିକଟରେ ଜଙ୍ଗଲକୁ ଯୁବତୀଙ୍କୁ ଟେକି ନେଇଥିଲେ। ସେଠାରେ ଅଭିଯୁକ୍ତଙ୍କ ସହ ତାଙ୍କର ଭାଇମାନେ ଯୁବତୀଙ୍କୁ ଟଣାଓଟରା, ମାରପିଟ କରିଥିଲେ। ପରେ ଅଭିଯୁକ୍ତ ଜବରଦସ୍ତ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ଅନ୍ୟ ଅଭିଯୁକ୍ତମାନେ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ପରେ ଯୁବତୀଙ୍କୁ ଉକ୍ତ ଭିଡିଓ ଦେଖାଇ ବ୍ଲାକମେଲ୍‌ କରି ଅଭିଯୁକ୍ତମାନେ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଏନେଇ ଯୁବତୀ ଜଣକ ପୋଲିସକୁ ଜଣାଇଥିଲେ। ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବ...

୭ ଜିଲାରେ ଘନକୁହୁଡ଼ି: ୧୫ ଡିଗ୍ରୀ ତଳେ ୧୪ ସହର

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ ସାମାନ୍ୟ ଶୀତ ବଢିଛି। ୧୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା...

ବରିଷ୍ଠ ଆଦିବାସୀ ନେତା କୁମୁଟି ମାଝିଙ୍କ ପରଲୋକ

ଭବାନୀପାଟଣା, ୨୮।୩ (ଡି.ଏନ.ଏ.): ବରିଷ୍ଠ ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ପୂର୍ବତନ ସଭାପତି କୁମୁଟି ମାଝିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ୭୨ ବର୍ଷ...

ବର୍ଷା ଛଡ଼ାଇନେଲା ବାସ

ପରଜଙ୍ଗ, ୧୧।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣବର୍ଷା ଚାଷୀକୁଳ ପାଇଁ ପାଲଟିଛି ଆଶୀର୍ବାଦ। ହେଲେ ଝୁମ୍ପୁଡ଼ି ଘରେ ରହୁଥିବା ଗରିବ ପରିବାରର ସ୍ଥିତି ଦୟନୀୟ ହୋଇପଡ଼ିଛି। କେଉଁଠି ମାଟିକାନ୍ଥ...

ଭୋଟର ତାଲିକାରେ ନାଁ ନ ଥିବାରୁ ଫେରିଲେ ପ୍ରାର୍ଥୀ

ଜଟଣୀ,୨୧।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ଛଣଘର କୁସୁମାଟି ପଞ୍ଚାୟତ କାର୍ଯ୍ୟାଳୟରେ ଚଳିତବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର...

ପ୍ରକୃତି ସୁନ୍ଦରୀ ଶିମିଳିପାଳ

ସବୁଜ ସୁନ୍ଦର ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ। ଏହା କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ ବରଂ ଅସନ୍ତୁଳିତ ପରିବେଶକୁ ସନ୍ତୁଳିତ କରେ। ଆଦିବାସୀ...

ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୧୫।୮(ବ୍ୟୁରୋ):ରାଜ୍ୟ ରାଜନୀତିରେ କିଛିଦିନ ହେବ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ନିକଟରେ ଓଡିଶା ଗସ୍ତରେ...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଉପରେ ରହୁଛି।...

Advertisement
Archives

Model This Week