ବ୍ରାହ୍ମଣୀରେ ବହଳିଆ କଳାପାଣି

ତାଳଚେର,୨୬ା୯(ମନୋଜ ନନ୍ଦ):ଅନୁଗୋଳ ଜିଲା ତାଳଚେର ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନଠାରୁ ହଠାତ୍‌ ବହଳିଆ କଳାପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ବିଭାଗୀୟ ଅଧିକାରୀ ନଦୀ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ବ୍ରାହ୍ମଣୀରୁ ସହରକୁ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିଲା।
ସୂଚନା ଅନୁଯାୟୀ, ତାଳଚେର ସହର ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ପାଣିକୁ ସହରବାସୀଙ୍କ ସହିତ ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମବାସୀ ବ୍ୟବହାର କରନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପମ୍ପହାଉସ୍‌ ଜରିଆରେ ଏହି ନଦୀରୁ ଦୈନିକ ୯୦ ଲକ୍ଷ ଲିଟର ପାଣି ଉଠାଯାଇ ବିଶୁଦ୍ଧ କରାଯିବା ପରେ ତାଳଚେର ସହରବାସୀଙ୍କୁ ପାନୀୟ ଜଳ ଭାବେ ଯୋଗାଇ ଦିଆଯାଇଥାଏ। ବିଭାଗର ୬ ହଜାର କଞ୍ଜୁମର ସମେତ ସହରର ୫୦ ହଜାର ଲୋକ ଏହି ପାଇପ୍‌ ପାଣିକୁ ପାନୀୟ ଭାବେ ଗ୍ରହଣ କରିଥାନ୍ତି। ତେବେ ଅପରାହ୍ନ ୨ଟା ପରଠାରୁ ନଦୀରେ ପ୍ରବଳ ବେଗରେ ମୋଟା ବହଳିଆ କଳାପାଣି ପ୍ରବାହିତ ହୋଇଥିଲା। ଏହାକୁ ନେଇ ସହରବାସିନ୍ଦା ଉଦ୍‌ବେଗ ପ୍ରକାଶ କରିବା ପରେ ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବିଭାଗୀୟ ଅଧିକାରୀ ପମ୍ପହାଉସ ନିକଟରେ ପହଞ୍ଚତ୍ ନଦୀରେ କଳାପାଣି ଆସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସହରକୁ ଜଳ ଯୋଗାଣ ବନ୍ଦ ରଖାଯିବା ସହ ଏ ସମ୍ପର୍କରେ ସ୍ଥାନୀୟ ଉପଜିଲାପାଳଙ୍କୁ ଅବଗତ କରାଯାଇଥିଲା। ତାଳଚେର କୋଲ୍‌ ଫିଲ୍‌ଡ୍ସର କୋଇଲାଗୁଣ୍ଡ ମିଶା କଳା ପାଣି ବଙ୍ଗାରୁ ଯୋରଦେଇ ବ୍ରାହ୍ମଣୀରେ ମିଶିଛି କିମ୍ବା ନଦୀର ଉପରମୁଣ୍ଡରେ ଥିବା କାରଖାନାରୁ ରାସାୟନିକ ପଦାର୍ଥ ମିଶ୍ରିତ ପାଣି ନଦୀରେ ଆସୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏପରି ଘଟଣାକୁ ନେଇ ପରିବେଶବିତ୍‌ ବାଉରୀ ବନ୍ଧୁ ବେଜ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସହରରେ ଏବେ ଗଣପର୍ବ ଗଣେଶ ପୂଜା ପାଳନ ହେଉଥିବାରୁ ଏପରି ଦୂଷିତ ପାଣି ଲୋକେ ବ୍ୟବହାର କଲେ କିମ୍ବା ଯୋଗାଣ କରାଗଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ ପ୍ରତିକାର ବ୍ୟବସ୍ଥା କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଜଳେନ୍ଦ୍ର ଦେବତା କହିଛନ୍ତି, ନଦୀରେ କଳାପାଣି ଦେଖିବା ପରଠାରୁ ଅପରାହ୍ନ ୨ଟାରୁ ସହରକୁ ପାନୀୟ ଜଳଯୋଗାଣ ବନ୍ଦ ରଖାଯାଇଛି। ଉପଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ପାଣିର ରଙ୍ଗ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ସହରକୁ ଜଳଯୋଗାଣ ହେବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri