Posted inଫୁରସତ

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର ଥାଏ। ତେଣୁ ନିଜ ଘରକୁ ସବୁଠୁ ସୁନ୍ଦରଭାବେ ସଜାଇବାକୁ ସମସ୍ତେ ଚାହାନ୍ତି। ମନ ପସନ୍ଦର ରଙ୍ଗରେ ରଙ୍ଗାଇବା ସହ ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ବେଶ୍‌ ସୁନ୍ଦରଭାବେ କରିଥାନ୍ତି। ହେଲେ କେବେ କେହି ନିଜ ଘରକୁ କଳା ରଙ୍ଗରେ ରଙ୍ଗାଇବା ଦେଖିଛନ୍ତି କି? ସାଧାରଣତଃ କଳା ରଙ୍ଗକୁ ଅଶୁଭ ମଣାଯାଏ। ତେଣୁ କେହି ଘରକୁ ଏହି ରଙ୍ଗରେ ରଙ୍ଗାଇ ନ ଥାନ୍ତି। ହେଲେ ଆମେରିକା, ମାସାଚୁସେଟ୍‌ସସ୍ଥ ସ୍ପ୍ରିଙ୍ଗଫିଲ୍ଡରେ ଅଛି ଏମିତି ଏକ ଘର ଯାହା ଦେଖିବାକୁ ପୁରାପୁରି କଳା ରଙ୍ଗର। ଏହା ‘ଗଥ୍‌ ହୋମ୍‌’ ଭାବେ ବେଶ୍‌ ପରିଚିତ। ଦୁଇ ମହଲାବିଶିଷ୍ଟ ଏହି ଘରଟି ଅକ୍ଟାଗନ୍‌ ବା ଅଷ୍ଟଭୂଜାକାର ଅଟେ। ଅଧ ଏକର ଜମିରେ ନିର୍ମିତ ଏଇ ଘରର କେବଳ ବାହାରର ରଙ୍ଗ କଳା ନୁହେଁ ବରଂ ଭିତର ବି କଳା ରଙ୍ଗର। ଏମିତିକି ଏହାର ଇଣ୍ଟେରିୟର୍‌ ଡିଜାଇନ୍‌ ବି କଳା ରଙ୍ଗର। ଏହାର କେବଳ ଟାଇଲ୍‌୍‌ସ ଓ ଚଟାଣ ଧଳା ରଙ୍ଗର। ଏହାକୁ ଛାଡିଦେଲେ ଆଉ ସବୁ କଳା। ଆଉ କୋଠରୀଗୁଡିକ ଚାରିକୋଣିଆ ନୁହେଁ ବରଂ ଅଷ୍ଟଭୁଜାକାର। ଏହା ମଧ୍ୟରେ ଦୁଇଟି ବେଡ୍‌୍‌ରୁମ୍‌, ଦୁଇଟି ବାଥ୍‌ରୁମ୍‌, ରୋଷେଇ ଘର, ଲଣ୍ଡରୀ ରୁମ୍‌, ଓପନ୍‌ ଲିଭିଂ ଡାଇନିଂ ରୁମ୍‌, ଫାୟାରପ୍ଲେସ୍‌ ଅଛି। ଉପର ମହଲାରେ କ୍ୟାଥେଡ୍ରାଲ୍‌ ସିଲିଂ ହେବା ସହ ତିନୋଟି ସ୍କାଇଲାଇଟ୍‌, ଟାଇଲ୍ଡ ବାଥ୍‌ ସହ ଡବଲ୍‌ ଭ୍ୟାନିଟି ଓ ଓ୍ବାକ୍‌ ଇନ୍‌ ସାଓ୍ବାର ଅଛି। ଏହାର ଗ୍ୟାରେଜ୍‌ଟି ବି କଳାରଙ୍ଗର ଅଟେ। ଉକ୍ତ ଘରକୁ ଡିଜାଇନ୍‌ କରିଛନ୍ତି ଭଲ୍ଡେମର୍ଟ ନାମକ ଡିଜାଇନର୍‌। ଏହି ଘରକୁ ସେଠ ଗୁଡମ୍ୟାନ୍‌ କିଣିଥିଲେ, କାରଣ ତାଙ୍କୁ ଅଷ୍ଟଭୂଜାକାର ଘର ବହୁତ ଭଲ ଲାଗିଥିଲା। ଏହାର କିଛି ରୁମ୍‌ କଳା ରଙ୍ଗର ଥିଲା, ଯାହା ତାଙ୍କୁ ବହୁତ ଭଲ ଲାଗିଥିଲା। ପରେ ସେ ଧୀରେ ଧୀରେ ସେହି ଘରର ସବୁକିଛି କଳା ରଙ୍ଗରେ ପରିଣତ କରିଦେଇଥିଲେ। ଏବେ ସେ ତାଙ୍କର ଏଇ କଳା ଘରକୁ ବିକ୍ରି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri