Posted inଫୁରସତ

ଏମିତି ଏକ ଘର ଯାହା ଦେଖିବାକୁ କଳା

ଘର ଖାଲି ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନୁହେଁ। ତା’ ଭିତରେ ମଣିଷର ଭାବ ଜଡିତ ଥାଏ। ତେଣୁ ଘର ପ୍ରତି ଭଲ ପାଇବା ସମସ୍ତଙ୍କର ଥାଏ। ତେଣୁ ନିଜ ଘରକୁ ସବୁଠୁ ସୁନ୍ଦରଭାବେ ସଜାଇବାକୁ ସମସ୍ତେ ଚାହାନ୍ତି। ମନ ପସନ୍ଦର ରଙ୍ଗରେ ରଙ୍ଗାଇବା ସହ ଘରର ଆଭ୍ୟନ୍ତରୀଣ ସାଜସଜ୍ଜାକୁ ବେଶ୍‌ ସୁନ୍ଦରଭାବେ କରିଥାନ୍ତି। ହେଲେ କେବେ କେହି ନିଜ ଘରକୁ କଳା ରଙ୍ଗରେ ରଙ୍ଗାଇବା ଦେଖିଛନ୍ତି କି? ସାଧାରଣତଃ କଳା ରଙ୍ଗକୁ ଅଶୁଭ ମଣାଯାଏ। ତେଣୁ କେହି ଘରକୁ ଏହି ରଙ୍ଗରେ ରଙ୍ଗାଇ ନ ଥାନ୍ତି। ହେଲେ ଆମେରିକା, ମାସାଚୁସେଟ୍‌ସସ୍ଥ ସ୍ପ୍ରିଙ୍ଗଫିଲ୍ଡରେ ଅଛି ଏମିତି ଏକ ଘର ଯାହା ଦେଖିବାକୁ ପୁରାପୁରି କଳା ରଙ୍ଗର। ଏହା ‘ଗଥ୍‌ ହୋମ୍‌’ ଭାବେ ବେଶ୍‌ ପରିଚିତ। ଦୁଇ ମହଲାବିଶିଷ୍ଟ ଏହି ଘରଟି ଅକ୍ଟାଗନ୍‌ ବା ଅଷ୍ଟଭୂଜାକାର ଅଟେ। ଅଧ ଏକର ଜମିରେ ନିର୍ମିତ ଏଇ ଘରର କେବଳ ବାହାରର ରଙ୍ଗ କଳା ନୁହେଁ ବରଂ ଭିତର ବି କଳା ରଙ୍ଗର। ଏମିତିକି ଏହାର ଇଣ୍ଟେରିୟର୍‌ ଡିଜାଇନ୍‌ ବି କଳା ରଙ୍ଗର। ଏହାର କେବଳ ଟାଇଲ୍‌୍‌ସ ଓ ଚଟାଣ ଧଳା ରଙ୍ଗର। ଏହାକୁ ଛାଡିଦେଲେ ଆଉ ସବୁ କଳା। ଆଉ କୋଠରୀଗୁଡିକ ଚାରିକୋଣିଆ ନୁହେଁ ବରଂ ଅଷ୍ଟଭୁଜାକାର। ଏହା ମଧ୍ୟରେ ଦୁଇଟି ବେଡ୍‌୍‌ରୁମ୍‌, ଦୁଇଟି ବାଥ୍‌ରୁମ୍‌, ରୋଷେଇ ଘର, ଲଣ୍ଡରୀ ରୁମ୍‌, ଓପନ୍‌ ଲିଭିଂ ଡାଇନିଂ ରୁମ୍‌, ଫାୟାରପ୍ଲେସ୍‌ ଅଛି। ଉପର ମହଲାରେ କ୍ୟାଥେଡ୍ରାଲ୍‌ ସିଲିଂ ହେବା ସହ ତିନୋଟି ସ୍କାଇଲାଇଟ୍‌, ଟାଇଲ୍ଡ ବାଥ୍‌ ସହ ଡବଲ୍‌ ଭ୍ୟାନିଟି ଓ ଓ୍ବାକ୍‌ ଇନ୍‌ ସାଓ୍ବାର ଅଛି। ଏହାର ଗ୍ୟାରେଜ୍‌ଟି ବି କଳାରଙ୍ଗର ଅଟେ। ଉକ୍ତ ଘରକୁ ଡିଜାଇନ୍‌ କରିଛନ୍ତି ଭଲ୍ଡେମର୍ଟ ନାମକ ଡିଜାଇନର୍‌। ଏହି ଘରକୁ ସେଠ ଗୁଡମ୍ୟାନ୍‌ କିଣିଥିଲେ, କାରଣ ତାଙ୍କୁ ଅଷ୍ଟଭୂଜାକାର ଘର ବହୁତ ଭଲ ଲାଗିଥିଲା। ଏହାର କିଛି ରୁମ୍‌ କଳା ରଙ୍ଗର ଥିଲା, ଯାହା ତାଙ୍କୁ ବହୁତ ଭଲ ଲାଗିଥିଲା। ପରେ ସେ ଧୀରେ ଧୀରେ ସେହି ଘରର ସବୁକିଛି କଳା ରଙ୍ଗରେ ପରିଣତ କରିଦେଇଥିଲେ। ଏବେ ସେ ତାଙ୍କର ଏଇ କଳା ଘରକୁ ବିକ୍ରି କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri