ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ଧରଣର ଗୁଳିକାଣ୍ଡ।

ଆମେରିକାର ସ୍କୁଲ ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ ।ଏ ପରିସଂଖ୍ୟାନରୁ ଜଣାପଡିଛି ଯେ ଏଭଳି ଘଟଣାରେ ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ଜୀବନ ଯାଇଛି। ଗତ ୨୩ ବର୍ଷ ମଧ୍ୟରେ ଏଭଳି ୯ଥର ଗୁଳିକାଣ୍ଡ ଘଟିଛି। ଏଥିରେ ମୋଟ ୧୫୧ ଜଣଙ୍କର ମୃତୁ୍ୟୁ ହୋଇଛି।

ଏପ୍ରିଲ ୧୯୯୯ରେ କଲୋରାଡୋର ଲିଟଲେଟନରେ କଲମ୍ବାଇନ ହାଇସ୍କୁଲରେ ଦୁଇଜଣ ଛାତ୍ର ୧୨ ସାଥୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ଜଣେ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବହୁ ଲୋକ ଆହତ ହୋଇଥିଲେ। ଏହି ହିଂସାତ୍ମକ ଘଟଣା ଘଟାଇବା ପରେ ଉଭୟ ଆକ୍ରମଣକାରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

ମାର୍ଚ୍ଚ ୨୦୦୫ରେ ରେଡ ଲେକ୍‌ ହାଇ ସ୍କୁଲରେ ଜଣେ ୧୬ ବର୍ଷର ଛାତ୍ର ତାଙ୍କର ଜେଜେବାପା ଏବଂ ତାଙ୍କ ସାଥୀଙ୍କୁ ସେମାନଙ୍କ ମିନେସୋଟା ଘରେ ହତ୍ୟା କରିଥିଲେ। ଏହା ପରେ ସେ ନିକଟସ୍ଥ ରେଡ ଲେକ୍‌ ହାଇ ସ୍କୁଲରେ ପହଞ୍ଚି ୫ ଜଣ ଛାତ୍ରଙ୍କୁ ହତ୍ୟା କରିଥିଲେ। ଆକ୍ରମଣକାରୀ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଶିକ୍ଷକ ଏବଂ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଏପ୍ରିଲ ୨୦୦୭ରେ ଭର୍ଜିନିଆ ଟେକରେ ଜଣେ ୨୩ ବର୍ଷୀୟ ଛାତ୍ର ବ୍ଲାକ୍ସବର୍ଗରେ କ୍ୟାମ୍ପସକୁ ଟାର୍ଗେଟ କରିଥିଲେ। ଆକ୍ରମଣକାରୀ ୩୨ ଜଣଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟା କରିବା ପୂର୍ବରୁ ୨୪ରୁ ଅଧିକ ଲୋକଙ୍କୁ ଆହତ କରିଥିଲେ।

ଡିସେମ୍ବର ୨୦୧୨ରେ କନେକ୍ଟିକଟର ନିଉଟାଉନରେ ସ୍ୟାଣ୍ଡି ହୁକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୯ ବର୍ଷର ଯୁବକ ୨୭ ଜଣଙ୍କୁ ହତ୍ୟା କରିଥିଲେ। ଆକ୍ରମଣକାରୀ ପ୍ରଥମେ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ନିକଟସ୍ଥ ସ୍ୟାଣ୍ଡି ହୁକ ପ୍ରାଥମିକ ବିଦ୍ୟାଳୟକୁ ଯାଇ ୨୦ ଜଣ ଛାତ୍ର ଏବଂ ୬ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ। ଏହା ପରେ ନିଜେ ଆତ୍ମହତ୍ୟା କରିଥିଲେ।

ଅକ୍ଟୋବର ୨୦୧୫ରେ ଓରେଗନର ରୋଜବର୍ଗରେ ଅନୁପୁଆ କମ୍ୟୁନିଟି କଲେଜରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ୯ ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ।

ଫେବୃଆରୀ ୨୦୧୮ ଫ୍ଲୋରିଡାର ପାର୍କଲ୍ୟାଣ୍ଡରେ ଥିବା ମାରଜୋରୀ ଷ୍ଟୋନମ୍ୟାନ ଡଗଲାସ ହାଇ ସ୍କୁଲରେ ହୋଇଥିବା ଆକ୍ରମଣରେ ୧୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ୩ ଜଣ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଥିଲେ। ଏହି ଘଟଣାରେ ୨୦ ବର୍ଷୀୟ ସନ୍ଦିଗ୍ଧଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା।

ମେ ୨୦୧୮ ହ୍ୟୁଷ୍ଟନ ଅଞ୍ଚଳର ସାଣ୍ଟା ଫେ ହାଇସ୍କୁଲରେ ଜଣେ ୧୭ ବର୍ଷ ବୟସ୍କ ବାଳକ ଗୁଳି ଚଳାଇ ଥିଲେ। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଆମେରିକାରେ ଏଭଳି ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏହା ନିରାକରଣ ଏପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri