ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ଧରଣର ଗୁଳିକାଣ୍ଡ।

ଆମେରିକାର ସ୍କୁଲ ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ ।ଏ ପରିସଂଖ୍ୟାନରୁ ଜଣାପଡିଛି ଯେ ଏଭଳି ଘଟଣାରେ ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ଜୀବନ ଯାଇଛି। ଗତ ୨୩ ବର୍ଷ ମଧ୍ୟରେ ଏଭଳି ୯ଥର ଗୁଳିକାଣ୍ଡ ଘଟିଛି। ଏଥିରେ ମୋଟ ୧୫୧ ଜଣଙ୍କର ମୃତୁ୍ୟୁ ହୋଇଛି।

ଏପ୍ରିଲ ୧୯୯୯ରେ କଲୋରାଡୋର ଲିଟଲେଟନରେ କଲମ୍ବାଇନ ହାଇସ୍କୁଲରେ ଦୁଇଜଣ ଛାତ୍ର ୧୨ ସାଥୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ଜଣେ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବହୁ ଲୋକ ଆହତ ହୋଇଥିଲେ। ଏହି ହିଂସାତ୍ମକ ଘଟଣା ଘଟାଇବା ପରେ ଉଭୟ ଆକ୍ରମଣକାରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

ମାର୍ଚ୍ଚ ୨୦୦୫ରେ ରେଡ ଲେକ୍‌ ହାଇ ସ୍କୁଲରେ ଜଣେ ୧୬ ବର୍ଷର ଛାତ୍ର ତାଙ୍କର ଜେଜେବାପା ଏବଂ ତାଙ୍କ ସାଥୀଙ୍କୁ ସେମାନଙ୍କ ମିନେସୋଟା ଘରେ ହତ୍ୟା କରିଥିଲେ। ଏହା ପରେ ସେ ନିକଟସ୍ଥ ରେଡ ଲେକ୍‌ ହାଇ ସ୍କୁଲରେ ପହଞ୍ଚି ୫ ଜଣ ଛାତ୍ରଙ୍କୁ ହତ୍ୟା କରିଥିଲେ। ଆକ୍ରମଣକାରୀ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଶିକ୍ଷକ ଏବଂ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଏପ୍ରିଲ ୨୦୦୭ରେ ଭର୍ଜିନିଆ ଟେକରେ ଜଣେ ୨୩ ବର୍ଷୀୟ ଛାତ୍ର ବ୍ଲାକ୍ସବର୍ଗରେ କ୍ୟାମ୍ପସକୁ ଟାର୍ଗେଟ କରିଥିଲେ। ଆକ୍ରମଣକାରୀ ୩୨ ଜଣଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟା କରିବା ପୂର୍ବରୁ ୨୪ରୁ ଅଧିକ ଲୋକଙ୍କୁ ଆହତ କରିଥିଲେ।

ଡିସେମ୍ବର ୨୦୧୨ରେ କନେକ୍ଟିକଟର ନିଉଟାଉନରେ ସ୍ୟାଣ୍ଡି ହୁକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୯ ବର୍ଷର ଯୁବକ ୨୭ ଜଣଙ୍କୁ ହତ୍ୟା କରିଥିଲେ। ଆକ୍ରମଣକାରୀ ପ୍ରଥମେ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ନିକଟସ୍ଥ ସ୍ୟାଣ୍ଡି ହୁକ ପ୍ରାଥମିକ ବିଦ୍ୟାଳୟକୁ ଯାଇ ୨୦ ଜଣ ଛାତ୍ର ଏବଂ ୬ ଜଣ ଶିକ୍ଷକଙ୍କୁ ହତ୍ୟା କରିଥିଲେ। ଏହା ପରେ ନିଜେ ଆତ୍ମହତ୍ୟା କରିଥିଲେ।

ଅକ୍ଟୋବର ୨୦୧୫ରେ ଓରେଗନର ରୋଜବର୍ଗରେ ଅନୁପୁଆ କମ୍ୟୁନିଟି କଲେଜରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ୯ ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ୯ ଜଣ ଆହତ ହୋଇଥିଲେ।

ଫେବୃଆରୀ ୨୦୧୮ ଫ୍ଲୋରିଡାର ପାର୍କଲ୍ୟାଣ୍ଡରେ ଥିବା ମାରଜୋରୀ ଷ୍ଟୋନମ୍ୟାନ ଡଗଲାସ ହାଇ ସ୍କୁଲରେ ହୋଇଥିବା ଆକ୍ରମଣରେ ୧୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ୩ ଜଣ କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ବହୁ ଆହତ ହୋଇଥିଲେ। ଏହି ଘଟଣାରେ ୨୦ ବର୍ଷୀୟ ସନ୍ଦିଗ୍ଧଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା।

ମେ ୨୦୧୮ ହ୍ୟୁଷ୍ଟନ ଅଞ୍ଚଳର ସାଣ୍ଟା ଫେ ହାଇସ୍କୁଲରେ ଜଣେ ୧୭ ବର୍ଷ ବୟସ୍କ ବାଳକ ଗୁଳି ଚଳାଇ ଥିଲେ। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଆମେରିକାରେ ଏଭଳି ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏହା ନିରାକରଣ ଏପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri