ରାଜ୍ୟରେ ଟିହ୍ନଟ ହେଲା ବ୍ଲାକ ଫଙ୍ଗସ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ଓ ସେ ଉଚ୍ଚ ମଧୁମେହ ରୋଗରେ ପୀଡିତ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏନେଇ ସୂଚନା ଦିଆଯାଇଛି।

ଯାଜପୁର ଜିଲାର ଏହି ୭୧ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱରର କଳିଙ୍ଗନଗର ଅଞ୍ଚଳରେ ରୁହନ୍ତି । ପରିବାର ସଦସ୍ୟଙ୍କୁ କୋଭିଡ ସଂକ୍ରମିତ ହୋଇଥିବା ସନ୍ଦେହ କରି ଏପ୍ରିଲ ୧୮ ତାରିଖରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଥିଲା। ୨୦ ତାରିଖରେ ତାଙ୍କର ରିପୋର୍ଟ ଆସିବା ପରେ ସେ ସଂକ୍ରମିତ ଥିବା ଜଣାପଡିଥିଲା। ସେବେଠୁ ସେ ନିଜ ଘରେ ସଙ୍ଗରୋଧରେ ରହିଥିଲେ। ମେ’ ୮ତାରିଖରେ ତାଙ୍କର ଆଖିରୁ ପାଣି ବୋହିବା ସହ ନାକରୁ କଳା ପାଣି ବାହାରି ଥିଲା । ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିିଛି। ବ୍ଲାକ ଫଙ୍ଗସ୍‌ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।