ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଭାଜପା ପକ୍ଷରୁ ସେବାପକ୍ଷ ପାଳନ କରାଯାଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭାଜପାର ଜିଲା ସଭାପତି ପଣ୍ଡିତ ବିଶି ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାପକ୍ଷର ଉଦ୍ଦେଶ୍ୟ ଏବଂ ଜିଲାରେ ରକ୍ତର ଅଭାବ ପୁରଣ କରିବା ପାଇଁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା କହିଥିଲେ। ଏହି ଶିବିରରେ ମୋଟ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସ୍ବେଚ୍ଛାକୃତ ଭାବେ ଲୋକମାନେ ରକ୍ତଦାନ କରିଛନ୍ତି। ଭାଜପାର ମଣ୍ଡଳ ସଭାପତି ମିଟୁ ସାହୁଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ତହସିଲଦାର ଧୀରୋଜ ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡା. ଜାକେଶ ସାମନ୍ତରାୟ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ, ବିପିଏମ୍ ଶାନ୍ତନୁ କୁମାର ସାହୁ ପ୍ରମୁଖ ରକ୍ତଦାନଙ୍କୁ ଉତ୍ସାହିତ କରିଥିଲେ। ଭାଲୁ ସାହୁ, ରଞ୍ଜନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ।


